ETV Bharat / bharat

ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ବିଟେକ୍ ଛାତ୍ର

author img

By

Published : Sep 23, 2020, 12:53 PM IST

ଉତ୍ତରପ୍ରଦେଶ ଆଗ୍ରାର 21 ବର୍ଷୀୟ ବିଟେକ୍ ଛାତ୍ର ନିଜ ପିତାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ନିଜକୁ ଗୁଳି କରି ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ବିଟେକ୍ ଛାତ୍ର । ଉତ୍ତରପ୍ରଦେଶ ଆଗ୍ରାର 21 ବର୍ଷୀୟ ବିଟେକ୍ ଛାତ୍ର ନିଜ ପିତାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ଆଗ୍ରାର ନେଗୁର ନଗରରେ ରହୁଥିବା ବିଟେକ୍ ଛାତ୍ର ଶୁଭଙ୍କର ଶର୍ମା ମଙ୍ଗଳବାର ନିଜ ଘରେ ଥିଲେ । ତୃତୀୟ ବର୍ଷର ସ୍ନାତକୋତ୍ତର ଛାତ୍ର ଆସାମର ଏନଆଇଟି ସିଲଚରରୁ ବିଟେକ୍ ଇଲେକ୍ଟ୍ରୋନିକ୍ସ ପଢୁଥିଲେ । କୋରୋନା ଲକଡାଉନ କାରଣରୁ ସେ ନିଜ ଘରେ ଥିଲେ ।

ପୋଲିସର ସୂଚନା ଅନୁସାରେ, ଶୁଭଙ୍କର ବାହାରେ ପାହାଚ କବାଟ ବନ୍ଦ କରି ନିଜ ଛାତରେ ଆତ୍ମହତ୍ୟା କରିଛନ୍ତି । ଶୁଭଙ୍କରଙ୍କ ମାଆଙ୍କ ଅନୁଯାୟୀ, ସେ ଘର ଆଗକୁ ଚାଲିବାକୁ ଯାଇଥିଲେ । ସେହି ସମୟରେ ସେ ଗୁଳି ଫୁଟା ଶବ୍ଦ ଶୁଣିଥିଲେ । ଏହାପରେ ସେ ନିଜ ଘର ଛାତକୁ ଦୈଡିକି ଯାଇଥିଲେ । ଯେଉଁଠାରେ ସେ କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ ।

ପଡ଼ୋଶୀଙ୍କ ସାହାଯ୍ୟ ନେଇ ସେ ତାଙ୍କ ଛାତକୁ ଯାଇଥିଲେ । ସେ ଠାରେ ସେ ନିଜ ପୁଅକୁ ପୁଲରେ ରକ୍ତଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିଥିଲେ । ଏହାପରେ ଶୁଭଙ୍କରଙ୍କୁ ଗୁରୁତର ଅବସ୍ଥାରେ ଏସଏନ ମେଡିକାଲ ନିଆଯାଇଥିଲା । ମାତ୍ର ଡାକ୍ତର ଶୁଭଙ୍କରଙ୍କୁ ମୃତ ଘୋଷଣା କରିଥିଲେ ।

ଅତିରିକ୍ତ ଏସପି ସୌରଭ ଦୀକ୍ଷିତ ଗଣମାଧ୍ୟମକୁ କହିଛନ୍ତି ଯେ, ପରିବାର ସଦସ୍ୟ କହିଛନ୍ତି ଯେ ଲକଡାଉନ ମଧ୍ୟରେ ଶୁଭଙ୍କର ବାହାରକୁ ଯିବା କିମ୍ବା ଲୋକଙ୍କୁ ଭେଟିବା ବନ୍ଦ କରି ଦେଇଥିଲେ । ଏପଟେ ଘଟଣା ସ୍ଥଳରୁ କୌଣସି ସୁସାଇଡ ନୋଟ ଜବତ ହୋଇନଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.