ETV Bharat / bharat

ଦେଶରେ କୋରୋନା ସୁସ୍ଥ ହାର 59.43 ପ୍ରତିଶତ - କୋରୋନା ସୁସ୍ଥ ହାର

ଦେଶରେ କୋରୋନାର ସୁସ୍ଥ ହାର ବୃଦ୍ଧି ପାଇଥିବା ଜଣାପଡିଛି । ଜୁଲାଇ 1 ସୁଦ୍ଧା ଦେଶରେ କୋରୋନା ଭାଇରସ୍‌ର ସୁସ୍ଥ ହାର 59.43 ପ୍ରତିଶତ ରେକର୍ଡ କରାଯାଇଛି ।

କୋରୋନା
କୋରୋନା
author img

By

Published : Jul 1, 2020, 3:29 PM IST

ନୂଆଦିଲ୍ଲୀ : ଦେଶରେ କୋରୋନା ଭାଇରସର ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା ସରକାର ଏବଂ ସାଧାରଣ ଲୋକଙ୍କ ଚିନ୍ତା ବଢାଇଦେଇଛି । ତେବେ ଇତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ବସ୍ତିକର ଖବର ମିଳିଛି । ଦେଶରେ କୋରୋନାର ସୁସ୍ଥ ହାର ବୃଦ୍ଧି ପାଇଥିବା ଜଣାପଡିଛି । ଜୁଲାଇ 1 ସୁଦ୍ଧା ଦେଶରେ କୋରୋନା ଭାଇରସ୍‌ର ସୁସ୍ଥ ହାର 59.43 ପ୍ରତିଶତ ରେକର୍ଡ କରାଯାଇଛି ।

ଦେଶରେ 585,493 କୋରୋନା ଭାଇରସ ରୋଗୀଙ୍କ ମଧ୍ୟରୁ ସୁସ୍ଥ 347,978 ଜଣ ରୋଗୀ ସୁସ୍ଥ ହୋଇଥିବା ଜଣାପଡିଛି । ଭାରତ ସରକାର ଟ୍ବିଟ କରି କୋରୋନା ଅପଡେଟ ଦେଇଛନ୍ତି । ଟ୍ବିଟରେ କୁହାଯାଇଛି, ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ଲକଡାଉନ ଲାଗୁ ହେବା ପରେ ଦେଶର ସୁସ୍ଥ ହାର ଉନ୍ନତ ପ୍ରଦର୍ଶନ କରିଛି ।

ସରକାରୀ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ଶେଷ ସୁଦ୍ଧା ଭାରତର ସୁସ୍ଥ ହାର ପ୍ରାୟ 7 ପ୍ରତିଶତ ଥିବା ବେଳେ ମେ ମାସ ଆରମ୍ଭରେ ଏହା 26 ପ୍ରତିଶତକୁ ବୃଦ୍ଧି ପାଇଥିଲା। ତେବେ ମେ 18 ରେ ଏହି ହାର 38 ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ମାସ ଶେଷ ସୁଦ୍ଧା 47.7 ପ୍ରତିଶତରେ ପହଞ୍ଚିଥିଲା । ତେବେ ଜୁଲାଇ 1, 2020 ସୁଦ୍ଧା ଭାରତର କୋରୋନା ସୁସ୍ଥ ହାର 60 ପ୍ରତିଶତ ପାଖାପାଖି ପହଞ୍ଚିଛି ।

ଦେଶରେ କୋରୋନା ସଂକ୍ରମଣ ମାମଲା ବୁଧବାର 5,85,493 ରେ ପହଞ୍ଚିଛି । ସେଥି ମଧ୍ୟରୁ 2,20,114ଟି ସକ୍ରିୟ ମାମଲା ଥିବା ବେଳେ 3,47,979 ଜଣ ଆରୋଗ୍ୟ ହୋଇଛନ୍ତି । ସେହିପରି 17, 400 ଲୋକଙ୍କ ମୃତ୍ୟୁ ହୋଇଛି । 24 ଘଣ୍ଟା ମଧ୍ୟରେ ଦେଶରେ 18,653 ନୂଆ ମାମଲା ରେକର୍ଡ କରାଯାଇଥିବା ବେଳେ 507 ଜଣଙ୍କ ମୃତ୍ୟୁ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.