ETV Bharat / bharat

ଜମ୍ମୁରେ ଭୂସ୍କଳନ, ତିନି ଘଣ୍ଟା ଧରି ଟ୍ରାଫିକ ଜାମ - Srinagar

ଜମ୍ମୁ କାଶ୍ମୀରର ଜାତୀୟ ରାଜପଥ ବାନିହାଲ କେ ସହାବାନ ବାସରେ ଭୂସ୍କଳନ ପାଇଁ ତିନି ଘଣ୍ଟା ଧରି ଟ୍ରାଫିକ ଜାମ ହୋଇଛି । ତିନି ଘଣ୍ଟା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଛି । ଅଧିକ ପଢନ୍ତୁ...

j
ତିନି ଘଣ୍ଟା ଧରି ଟ୍ରାଫିକ ଜାମ
author img

By

Published : Feb 1, 2021, 12:23 PM IST

ଶ୍ରୀନଗର: ଦୀର୍ଘ ତିନି ଘଣ୍ଟା ପରେ ଜମ୍ମୁ କାଶ୍ମୀରରେ ସ୍ବାଭାବିକ ହୋଇଛି ଗାଡି ଚଳାଚଳ । ଜମ୍ମୁ କାଶ୍ମୀରର ଜାତୀୟ ରାଜପଥ ବାନିହାଲ କେ ସହାବାନ ବାସରେ ଭୂସ୍କଳନ ପାଇଁ ଟ୍ରାଫିକ ଜାମ ହୋଇଥିଲା । ତିନି ଘଣ୍ଟା ପରେ ସ୍ଥିତିରେ ସୁଧାର ଆସିଛି ।

ଜମ୍ମୁରେ ଭୂସ୍କଳନ

ସୂଚନାନୁସାରେ, ଆଜି ସକାଳୁ ଜମ୍ମୁର ସହାବାନଠାରେ ଭୂସ୍କଳନ ହୋଇଥିଲା । ଫଳରେ ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପ୍ରାୟ ତିନି ଘଣ୍ଟା ଧରି ରାସ୍ତାରେ ଗାଡି ଗୁଡିକ ଅଟକି ରହିଥିଲା । ଫଳରେ ଟ୍ରକ ଡ୍ରାଇଭରଙ୍କଠାରୁ ଆରମ୍ଭ କରି ସମସ୍ତ ଗାଡି ଚାଳକ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

ତିନିଘଣ୍ଟା ପରେ ରାଜପଥକୁ ସଫା କରାଯିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଛି । ତେବେ ଜମ୍ମୁର ସହାବାନଠାରେ ବାରମ୍ବାର ଭୂସ୍କଳ ହେଉଥିବା ଦେଖିବାକୁ ମିଳିଛି । ହାଲୁକା ବର୍ଷା ହେବା ମାତ୍ରେ ସେଠାରେ ବାରମ୍ବାର ଭୂସ୍କଳନ ହେଉଛି । ସହାବାନଠାରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲେ ମଧ୍ୟ ରାମବାନ ଓ ବାନିହାଲର ବିଭିନ୍ନ ଅଞ୍ଚଳରେ ଟ୍ରାଫିକ ଜାମ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.