ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର କାକିନଡା ନିକଟରେ ଅବପାତର ରୂପ ନେଇ ଲଘୁଚାପ ଅତିକ୍ରମ କରିବା ପରେ ବେହାଲ ହୋଇପଡିଛି ତେଲାଙ୍ଗାନା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ହାଇଦ୍ରାବାଦ । ଦୀର୍ଘ 20 ବର୍ଷ ପରେ ହାଇଦ୍ରାବାଦରେ ବନ୍ୟା ସ୍ଥିତି ଦେଖାଦେଇଛି । 1908 ମସିହାରୁ ଆଜି ପର୍ଯ୍ୟନ୍ତ ତେଲୁଗୁ ରାଜ୍ୟରେ ହୋଇଥିବା ଭାରି ବର୍ଷା ବିଷୟରେ ଆସନ୍ତୁ ଜାଣିବା...
1908-ୱାରଙ୍ଗଲ ଜିଲ୍ଲାରେ 30.04 ମିମି ବର୍ଷା ରେକର୍ଡ ହୋଇଥିଲା ।
1932- ଅନନ୍ତପୁରମରେ ପ୍ରାୟ 31 ମିମି ବର୍ଷା ରେକର୍ଡ କରାଯାଇଥିଲା ।
1941-ପୂର୍ବ ଗୋଦାବରୀରେ 50.1 ମିମି ବର୍ଷା ।
1949- କ୍ରିଷ୍ଣା ଜିଲ୍ଲାରେ ପ୍ରାୟ 50.2 ମିମି ବର୍ଷା ରେକର୍ଡ କରାଯାଇଥିଲା ।
1982- ବିଶାଖାପାଟନମରେ ସର୍ବାଧିକ 42.6 ମିମି ବର୍ଷା ରେକର୍ଡ କରାଯାଇଥିଲା ।
1987- ନେଲୋରେ ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ 52.3 ମିମି ବର୍ଷା ରେକର୍ଡ କରାଯାଇଥିଲା ।
1989- ପୂର୍ବ ଗୋଦାବରୀରେ 38.9 ମିମି ବର୍ଷା ।
2000- କୁର୍ଣ୍ଣୁଲ ଜିଲ୍ଲାରେ 37.6 ମିମି ବର୍ଷା ରେକର୍ଡ କରାଯାଇଛି ।
2007- କୁର୍ଣ୍ଣୁଲ ଓ ନେଲୋରେର ଯଥାକ୍ରମେ 39.3 ଓ 35.5 ମିମି ବର୍ଷା ରେକର୍ଡ କରାଯାଇଛି ।
2010- ପ୍ରକାଶମ୍ ଜିଲ୍ଲାରେ 32.3 ମିମି ବର୍ଷା ରେକର୍ଡ କରାଯାଇଥିଲା ।
2012- ଶ୍ରୀକାକୁଲମରେ 35.5 ମିମି ବର୍ଷା ରେକର୍ଡ କରାଯାଇଥିଲା ।
2013- ପେରୁରୁ ଓ ଭାଜୟେଡୁରେ ଯଥାକ୍ରମେ 58.1 ମିମି ଓ 46ମିମି ବର୍ଷା ରେକର୍ଡ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ