ETV Bharat / bharat

ପଞ୍ଜାବ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ‘ଶିଖ ତୀର୍ଥଯାତ୍ରୀ’ - ପଞ୍ଜାବ ଖବର

ନିକଟରେ ମହାରାଷ୍ଟ୍ରରୁ ପଞ୍ଜାବକୁ ଫେରିଛନ୍ତି 173 ଶିଖ ତୀର୍ଥଯାତ୍ରୀ । ସବୁଠାରୁ ବଡ ସମସ୍ୟା ହେଉଛି ଏମାନେ ସମସ୍ତେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ପଞ୍ଜାବ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ‘ଶିଖ ତୀର୍ଥଯାତ୍ରୀ’

author img

By

Published : May 1, 2020, 8:52 PM IST

ଚଣ୍ଡିଗଡ: ବିଭିନ୍ନ ଜାଗାରେ ଫସିଥିବା ସମସ୍ତ ଲୋକ, ଶ୍ରମିକ, ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀଙ୍କୁ ଫେରାଇ ଆଣୁଛନ୍ତି ସମସ୍ତ ରାଜ୍ୟ ସରକାର । ଏଥିପାଇଁ ବିଭିନ୍ନ ରାଜ୍ୟକୁ ନିଜ ନିଜ ବସ ପଠାଇ ଆଣୁଛନ୍ତି ସରକାର । ତେବେ ଫେରୁଥିବା ଲୋକଙ୍କୁ ନେଇ ଚିନ୍ତାରେ ପଡିଛନ୍ତି ପଞ୍ଜାବ ସରକାର ।

ନିକଟରେ ମହାରାଷ୍ଟ୍ରରୁ ପଞ୍ଜାବକୁ ଫେରିଛନ୍ତି 173 ଶିଖ ତୀର୍ଥଯାତ୍ରୀ । ସବୁଠାରୁ ବଡ ସମସ୍ୟା ହେଉଛି ଏମାନେ ସମସ୍ତେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ସରକାରଙ୍କ ମୁଣ୍ଡବ୍ୟଥା ବଢିଛି । ମହାରାଷ୍ଟ୍ର ନନ୍ଦେଡର ହଜୁର ସାହିବ ଗୁରୁଦ୍ବାରାରେ ଏମାନେ ସମସ୍ତେ ଫସିଥିଲେ । ଏପ୍ରିଲ 22ରେ ଏମାନେ ପଞ୍ଜାବ ଫେରିଥିଲେ । ହେଲେ ଆସିବାର 5 ଦିନ ପରେ ଏମାନଙ୍କୁ କ୍ବାରେଣ୍ଟାଇନରେ ରଖିବାର ନିର୍ଦ୍ଦେଶ ମିଳିଥିଲା ।

ଏନେଇ ରାଜ୍ୟରେ ଅକାଳୀ ଦଳ ଶାସକ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛି । ସଠିକ ଗାଇଡଲାଇନ ପାଳନ କରିନଥିବାରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ସେପଟେ ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଂହ ସିଦ୍ଧୁ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେଠାରେ ତୀର୍ଥଯାତ୍ରୀଙ୍କ ଟେଷ୍ଟ ନକରି ସେମାନଙ୍କ ଅବସ୍ଥା ସମ୍ପର୍କରେ ଖବର ନେଇନଥିବାରୁ ଉଦ୍ଧବ ଠାକରେଙ୍କ ମହାବିକାଶ ଅଘାଡିକୁ ସମାଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ ଯେ ନନ୍ଦେଡ ଗୁରୁଦ୍ବାରାକୁ ପ୍ରାୟ 4000 ଶିଖ ତୀର୍ଥଯାତ୍ରୀ ପଞ୍ଜାବରୁ ଯାଇଥିଲେ । ମାର୍ଚ୍ଚ 25 ଲକଡାଉନ ପରେ ପ୍ରାୟ 3500ରୁ ଅଧିକ ଲୋକ ଗୃହ ମନ୍ତ୍ରଣାଳୟର ଅନୁମତି ନେଇ ଫେରି ଆସିଥିଲେ । ତେବେ ଏହି ଘଟଣା ନେଇ ନନ୍ଦେଡ ଗୁରୁଦ୍ବାରା ସଫେଇ ଦେଇଛି ଯେ ଏହା ସମସ୍ତ ତୀର୍ଥଯାତ୍ରୀଙ୍କ ସଠିକ ଧ୍ୟାନ ରଖିଥିଲା । ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ରାଜ୍ୟରେ କୋରୋନା ବଢିବା ପାଇଁ ତବଲିଘି ଫେରନ୍ତା ଓ ଶିଖ ତୀର୍ଥଯାତ୍ରୀଙ୍କୁ ଦାୟୀ କରିଥିଲେ । ଏବେ ଯାଏଁ ପଞ୍ଜାବରେ 539 କୋଭିଡ 19 ଆକ୍ରାନ୍ତ ଓ 19 ମୃତ୍ୟୁ ସ୍ପଷ୍ଟ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.