ମୁମ୍ବାଇ: କୋରୋନାକୁ ନେଇ ଦେଶରେ ଘୋର ସଙ୍କଟ। ମହାରାଷ୍ଟ୍ର ହେଉଛି ସେହି ରାଜ୍ୟ ଯେଉଁଠାରେ କୋରୋନା ସର୍ବାଧିକ କ୍ଷତି ଘଟାଇଛି। ଏଥିସହିତ ମୁମ୍ବାଇରେ କୋରୋନା ସଂକ୍ରମିତ ରୋଗୀଙ୍କ ରିପୋର୍ଟ ସର୍ବାଧିକ। ତେବେ ଏହି ସମୟରେ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି।
ଲକଡାଉନ୍ ସମୟରେ ମୁମ୍ବାଇର ଏକ ହାଉସିଂ ସୋସାଇଟିରେ ସିଙ୍ଗଡା ଓ ଗୀତ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ମାମଲାରେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରିଛି ଓ 2 ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ଉଭୟଙ୍କୁ ଜାମିନ ନାମଞ୍ଜୁର କରାଯାଇଛି ଓ ଏହାକୁ ନେଇ ଅଧିକ ତଦନ୍ତ କରାଯାଉଛି।
ଘାଟକୋପରରେ ପନ୍ତନଗର ପୋଲିସ ୱଲ୍ଲଭ ଲେନରୁ ପାର୍ଟି କରୁଥିବା ଅନେକଙ୍କୁ ଧରାଯାଇଥିଲା। ସେମାନେ ଲକଡାଉନ୍ ନିୟମ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ କୁକ୍ରେଜା ପ୍ଲେସର ଅଧ୍ୟକ୍ଷ ଓ ଅନ୍ୟ ଜଣେ ସଦସ୍ୟଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ଏହାକୁ ନେଇ ଅଧିକ ଅନୁସନ୍ଧାନ ଚାଲିଛି।