ETV Bharat / bharat

'ଆମେ ନଳା-ଶୌଚାଳୟ ସଫା କରିବାକୁ ସାଂସଦ ହୋଇନୁ' - swachh bharat mission

ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଭୋପାଳ ସାଂସଦ ସାଧ୍ବୀ ପ୍ରଜ୍ଞା । କହିଲେ ଆମେ ନଳା-ଶୌଚାଳୟ ସଫା କରିବାକୁ ସାଂସଦ ହୋଇନୁ ।

ଫାଇଲ ଫଟୋ
author img

By

Published : Jul 21, 2019, 8:01 PM IST

ଭୋପାଳ: ସର୍ବଦା ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ଭୋପାଳ ସାଂସଦ ସାଧ୍ବୀ ପ୍ରଜ୍ଞା ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ଏଥର କିନ୍ତୁ ତାଙ୍କ ଟାର୍ଗେଟରେ ଖୋଦ ପ୍ରଧାନମନ୍ତ୍ରୀ । ସେ ମୋଦିଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ।

ମଧ୍ୟପ୍ରଦେଶର ସିହୋରକୁ ସଫେଇ କରିବାକୁ ନେଇ ଏକ ପ୍ରଶ୍ନ ଉଠିଥିଲା । ଯେଉଁଥିରେ ସେ କହିଥିଲେ ଯେ, ଆମେ ନଳା କିମ୍ବା ଶୌଚାଳୟ ସଫା କରିବାକୁ ସାଂସଦ ହୋଇନୁ । ଆମେ ଯେଉଁ କାମ ପାଇଁ ସାଂସଦ ହେଇଛୁ ସେ କାମ ଆମେ ସଚ୍ଚୋଟପଣିଆ ସହ କରୁଛୁ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶର ଲୋକମାନଙ୍କୁ ସ୍ବଚ୍ଚ ଭାରତ ଅଭିଯାନ ପାଇଁ ପ୍ରେରଣା ଦେଉଛନ୍ତି । କିନ୍ତୁ ତାଙ୍କ ଦଳର ନେତା ହିଁ ତାଙ୍କ ଅଭିଯାନକୁ କିଭଳି ଭାବେ ପାଳନ କରୁଛନ୍ତି ତାହା ଏହି ବୟାନରୁ ସ୍ପଷ୍ଟ ବାରି ହୋଇପଡୁଛି ।

ପୂର୍ବରୁ ମୁମ୍ବାଇ ଏଟିଏସ ପ୍ରମୁଖ ଶହୀଦ ହେମନ୍ତ କରକରେଙ୍କ ପ୍ରତି ବିବାଦୀୟ ବୟାନ ଦେଇଥିଲେ ପ୍ରଜ୍ଞା । ତାଙ୍କର ଏହି ବୟାନ ପାଇଁ ନିର୍ବାଚନ ଆୟୋଗ ତାଙ୍କ ନିର୍ବାଚନୀ ପ୍ରଚାରକୁ 72 ଘଣ୍ଟା ପାଇଁ ରଦ୍ଦ କରି ଦେଇଥିଲେ ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.