ETV Bharat / bharat

ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ଆରଜେଡି ସାଂସଦ ମନୋଜ ଝା

author img

By

Published : Sep 11, 2020, 4:24 PM IST

ରାଜ୍ୟସଭାର ଉପାଧ୍ୟକ୍ଷ ପଦ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ଭାବରେ ରାଷ୍ଟ୍ରୀୟ ଜନତା ଦଳ ସାଂସଦ ମନୋଜ ଝା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ଏନଡିଏ ପ୍ରାର୍ଥୀ ତଥା ଜେଡି-ୟୁ ସାଂସଦ ହରିବଂଶ ସିଂଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଅଧିକ ପଢନ୍ତୁ...

ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ଆରଜେଡି ସାଂସଦ ମନୋଜ ଝା
ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ଆରଜେଡି ସାଂସଦ ମନୋଜ ଝା

ନୂଆଦିଲ୍ଲୀ: ରାଜ୍ୟସଭାର ଉପାଧ୍ୟକ୍ଷ ପଦ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ଭାବରେ ରାଷ୍ଟ୍ରୀୟ ଜନତା ଦଳ ସାଂସଦ ମନୋଜ ଝା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ଏନଡିଏ ପ୍ରାର୍ଥୀ ତଥା ଜେଡି-ୟୁ ସାଂସଦ ହରିବଂଶ ସିଂଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ନାମାଙ୍କନ ବିଷୟରେ ସୂଚନା ଦେଇ ଆରଜେଡି ନେତା କହିଛନ୍ତି, ‘ଏହା ମୋର ଏବଂ ହରିବଂଶ ଜୀଙ୍କ ମଧ୍ୟରେ ଲଢେଇ ନୁହେଁ । ଏହା ଦୁଇଟି ଭିତ୍ତିଭୂମି ମଧ୍ୟରେ ଲଢେଇ । ଅତୀତରେ ଆମେ ବିରୋଧୀଙ୍କ ସ୍ୱର ଦମନକୁ ଦେଖିଛୁ । ଏହିସବୁ ଗଣତନ୍ତ୍ରକୁ ଦୁର୍ବଳ କରିଦିଏ । ମୁଁ ଗଣତାନ୍ତ୍ରିକ ପରମ୍ପରାକୁ ମଜବୁତ କରିବାକୁ ଏହି ପ୍ରତିଦ୍ୱନ୍ଦ୍ୱିତା କରୁଛି। ’

ଏପ୍ରିଲରେ ହରିବଂଶ ସିଂଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଉପାଧ୍ୟକ୍ଷ ପଦ ଖାଲି ପଡିଥିଲା। ସେପ୍ଟେମ୍ବର 14ରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟସଭାରେ ମୋଟ ଆସନ 245 ରହିଛି । ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ବିନା ବାଧାରେ ଜିତିବେ ବୋଲି ଆଶା କରାଯାଉଛି। ଟିଆରଏସ, ୟାଇଏସଆର, ବିଜେଡି, ଏଆଇଏଡିଏମକେ ଭଳି ଦଳ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାର ସମ୍ଭାବନା ରହିଛି।

ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର 14ରୁ ଆରମ୍ଭ ହେବ । ଚଳିତ ବର୍ଷର ମୌସୁମୀ ଅଧିବେଶନ ବିନା ବାଧାରେ ଅକ୍ଟୋବର 1ରେ ଶେଷ ହେବ। ସମୁଦାୟ 18ଟି ସିଟିଂ ରହିଥିବା ବେଳେ ଜିରୋ ଆୱାରକୁ 30 ମିନିଟ ପର୍ଯ୍ୟନ୍ତ ସୀମିତ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.