ETV Bharat / bharat

NPR ବିରୋଧରେ ଦିଲ୍ଲୀ ବିଧାନସଭାରେ ପ୍ରସ୍ତାବ ପାରିତ

author img

By

Published : Mar 13, 2020, 7:34 PM IST

ଏନପିଆର ବିରୋଧରେ ଦିଲ୍ଲୀ ବିଧାନସଭାରେ ସଙ୍କଳ୍ପ ପତ୍ର ପାରିତ ହୋଇଛି । ଏନପିଆର ପ୍ରକ୍ରିୟା ନିର୍ଦ୍ଦେଶକୁ ପ୍ରତ୍ୟାହାର ପାଇଁ କେନ୍ଦ୍ରସରକାରଙ୍କୁ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ...

NPR ବିରୋଧରେ ଦିଲ୍ଲୀ ବିଧାନସଭାରେ ସଂକଳ୍ପ ପତ୍ର ପାରିତ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ପରେ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା (NPR)କୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧ କରିବାରେ ଲାଗିପଡିଛନ୍ତି ସମସ୍ତ ବିରୋଧୀ ଦଳ । ଏପରି ସ୍ଥିତିରେ ଏନପିଆର ବିରୋଧରେ ଦିଲ୍ଲୀ ବିଧାନସଭାରେ ସଙ୍କଳ୍ପ ପତ୍ର ପାରିତ ହୋଇଛି । ଏନପିଆର ପ୍ରକ୍ରିୟା ନିର୍ଦ୍ଦେଶକୁ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।

ବୁଧବାର ରାଜ୍ୟସଭାରେ ଦିଲ୍ଲୀ ହିଂସା ଉପରେ ହୋଇଥିବା ଚର୍ଚ୍ଚା ସମୟରେ ଗୃହମନ୍ତ୍ରୀ ଅମିତ ଶାହା ଏନପିଆରକୁ ନେଇ ବିବୃତ୍ତି ରଖିଥିଲେ । ଏନପିଆରରେ ସିଠିକ ତଥ୍ୟ ନଦେଲେ ନାଁ ଆଗରେ ସିନ୍ଦିଗ୍ଧ ଲେଖା ହାବାକୁ ନେଇ ଯେଉଁ ଭ୍ରମ ସୃଷ୍ଟି କରାଯାଉଛି । ତେବେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଶାହା । କୌଣସି ବ୍ୟକ୍ତିଙ୍କ ନାମ ଆଗରେ ସନ୍ଦିଗ୍ଧ ଲେଖାଯିବ ନାହିଁ ବୋଲି ଗୃହମନ୍ତ୍ରୀ ରାଜ୍ୟସଭାରେ ସ୍ପଷ୍ଟିକରଣ ଦେଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.