ETV Bharat / bharat

ବିଜେପି ରାଜ୍ୟସଭା ସାଂସଦ ସହସ୍ରବୁଦ୍ଧିଙ୍କୁ କୋରୋନା, ସଂସଦରେ ହୋଇଥିଲେ ସାମିଲ - ରାଜ୍ୟସଭା ସାସଂଦ ସହସ୍ରବୁଦ୍ଧି

ରାଜ୍ୟସଭା ସାଂସଦ ତଥା ମହାରାଷ୍ଟ୍ର ବିଜେପି ନେତା ବିନୟ ସହସ୍ରବୁଦ୍ଧି କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ସାଂସଦ ସହସ୍ରବୁଦ୍ଧି । ଅଧିକ ପଢନ୍ତୁ...

ବିଜେପି ରାଜ୍ୟସଭା ସାସଂଦ ସହସ୍ରବୁଦ୍ଧିଙ୍କୁ କୋରୋନା, ସଂସଦରେ ହୋଇଥିଲେ ସାମିଲ

author img

By

Published : Sep 17, 2020, 7:58 PM IST

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧି ପର୍ଯ୍ୟନ୍ତ ସମସ୍ତେ କୋରୋନା କବଳରେ କବଳିତ । ଅନେକ ହେଭିୱେଟ ନେତା ମନ୍ତ୍ରୀ କୋରୋନାରେ ସଂକ୍ରମିତ ହୋଇସାରିଲେଣି । ଏପରିସ୍ଥିତିରେ ରାଜ୍ୟସଭା ସାଂସଦ ତଥା ମହାରାଷ୍ଟ୍ର ବିଜେପି ନେତା ବିନୟ ସହସ୍ରବୁଦ୍ଧି କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ସାଂସଦ ସହସ୍ରବୁଦ୍ଧି ।

ବିଜେପି ରାଜ୍ୟସଭା ସାସଂଦ ସହସ୍ରବୁଦ୍ଧିଙ୍କୁ କୋରୋନା, ସଂସଦରେ ହୋଇଥିଲେ ସାମିଲ
ବିଜେପି ରାଜ୍ୟସଭା ସାସଂଦ ସହସ୍ରବୁଦ୍ଧିଙ୍କୁ କୋରୋନା, ସଂସଦରେ ହୋଇଥିଲେ ସାମିଲ

ଗତ ସପ୍ତାହ ଶୁକ୍ରବାର ସଂସଦର ଅଧିବେଶନ ପୂର୍ବରୁ ସହସ୍ରବୁଦ୍ଧି ଗାଇଡଲାଇନ ପାଳନ ପୂର୍ବକ କୋଭିଡ ଟେଷ୍ଟ କରାଇଥିଲେ । ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ହେଲେ ବୁଧବାର ରାତିରେ ସେ ଜ୍ବର କାରଣରୁ ପୂନର୍ବାର କୋଭିଡ ପରୀକ୍ଷା କରାଇଥିଲେ । ତେବେ ବର୍ତ୍ତମାନ ସାଂସଦଙ୍କ ରିପୋର୍ଟ ପଜିଟିଭ ଆସିଛି ।

ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ସାଂସଦ କୋରୋନା ପଜିଟିଭ ଚିହ୍ନଟ ପୂର୍ବରୁ ସଂସଦର ଅଧିବେଶନରେ ଯୋଗ ଦେଇସାରିଛନ୍ତି । ତେବେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ପ୍ରୋଟୋକଲ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ସହସ୍ରବୁଦ୍ଧି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.