ଜୟପୁର: ରାଜସ୍ଥାନର ପୋଲିସ ମହାନିର୍ଦେଶକ ଡ଼ଃ ଭୁପେନ୍ଦ୍ର ସିଂ ଯାଦବଙ୍କୁ ରାଜସ୍ଥାନ ଜନସେବା ଆୟୋଗର ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରାଯାଇଛି । ଡିଜିପି ଭୁପେନ୍ଦ୍ର ସିଂ ଯାଦବ 8 ମାସ ପୂର୍ବରୁ ହିଁ ଅବସର ନେଇସାରିଛନ୍ତି। ଭୁପେନ୍ଦ୍ର ସିଂ ଯାଦବ VRS(Voluntary Retirement Scheme) ପାଇଁ ଆବେଦନ କରିଥିଲେ। ସରକାର ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ଏବଂ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମଧ୍ୟ ଦେଇଛନ୍ତି।
ଗତ ବର୍ଷ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଭୁପେନ୍ଦ୍ର ସିଂଙ୍କୁ 2 ବର୍ଷ ଡିଜିପି ପଦରେ ନିଯୁକ୍ତ କରିଥିଲେ। ତାଙ୍କର କାର୍ଯ୍ୟକାଳ 30 ଜୁନ୍ 2021ରେ ଶେଷ ହେବାର ଥିଲା କିନ୍ତୁ ସେ ଏହା ପୂର୍ବରୁ ହିଁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ସରକାର ଏହାକୁ ଅନୁମୋଦନ କରିଥିଲେ। ବର୍ତ୍ତମାନ ତାଙ୍କୁ ରାଜସ୍ଥାନ ଜନସେବା ଆୟୋଗର ଚେୟାରମ୍ୟାନ୍ କରାଯାଇଛି।