ETV Bharat / bharat

କୋରୋନାକୁ ନେଇ ବିଜେପି ଏମପିଙ୍କ ଅଜବ ଯୁକ୍ତି, କାଦୁଅରେ ଶଙ୍ଖ ଫୁଙ୍କିଲେ ହେବନି ଆକ୍ରାନ୍ତ

author img

By

Published : Aug 17, 2020, 8:29 AM IST

କୋରୋନାକୁ ନେଇ ବିଜେପି ସାଂସଦ ସୁଖବୀର ସିଂ ଜୌନପୁରିୟା ଅଜବ ଯୁକ୍ତି । କାଦୁଅରେ ବସି ଶଙ୍ଖ ଫୁଙ୍କିଲେ ଆକ୍ରାନ୍ତ ହେବନି ବୋଲି କହିଲେ ସୁଖବୀର । ଅଧିକ ପଢନ୍ତୁ...

କୋରୋନାକୁ ନେଇ ବିଜେପି ଏମପିଙ୍କ ଅଜବ ଯୁକ୍ତି, କାଦୁଅରେ ଶଙ୍ଖ ଫୁଙ୍କିଲେ ହେବନି ଆକ୍ରାନ୍ତ
କୋରୋନାକୁ ନେଇ ବିଜେପି ଏମପିଙ୍କ ଅଜବ ଯୁକ୍ତି, କାଦୁଅରେ ଶଙ୍ଖ ଫୁଙ୍କିଲେ ହେବନି ଆକ୍ରାନ୍ତ

ଜୟପୁର: କୋରୋନା କାୟାରେ ଏବେ ସାରା ବିଶ୍ବ । ଦେଶରେ ମଧ୍ୟ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ବଢିଚାଲିଛି ମୃତ୍ୟୁ ସଂଖ୍ୟା । କୋରୋନା ଦାଉରୁ ମୁକ୍ତି ପାଇବା ପାଇଁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଆବଶ୍ୟକ ରହିଛି । ଏପରି ସ୍ଥିତିରେ ରାଜସ୍ଥାନର ବିଜେପି ସାଂସଦ ସୁଖବୀର ସିଂ ଜୌନପୁରିୟା ଏକ ଅଜବ ଯୁକ୍ତି ବାଢିଛନ୍ତି । କାଦୁଅରେ ବସି ଶଙ୍କ ଫୁଙ୍କିଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

ଯାହା କୋରୋନା କବଳରୁ ମୁକ୍ତି ଦେବ ବୋଲି ସେ ଦର୍ଶାଇଛନ୍ତି । ଏନେଇ ସେ ନିଜେ ମଧ୍ୟ କାଦୁଅ ପାଣିରେ ବସି ଶଙ୍ଖ ଫୁଙ୍କୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଏପରି କଲେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି କହିଛନ୍ତି ।

ଏହାସହ ସେ ପୂର୍ବରୁ 10ରୁ 15 ସେକେଣ୍ଟ ପର୍ଯ୍ୟନ୍ତ ଶଙ୍ଖ ଫୁଙ୍କିପାରୁଥିଲେ । ହେଲେ ଏପରି କରିବା ପରେ ଏବେ ସେ 2 ମିନିଟ୍‌ ପର୍ଯ୍ୟନ୍ତ ଶଙ୍ଖ ଫୁଙ୍କିପାରୁଛନ୍ତି । କାରଣ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି ବୋଲି ସେ ଦର୍ଶାଇଛନ୍ତି । ତେଣୁ ସମସ୍ତେ ଏପରି କରିବାକୁ ସେ କହିଛନ୍ତି ।

ସୂଚନାଥାଉକି, ରାଜସ୍ଥାନର ଟଙ୍କ ଲୋକସଭା ଆସନରୁ ସେ ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କୁ ହରାଇ ସାଂସଦ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.