ETV Bharat / bharat

2 ଦଳିତଙ୍କୁ ମାଡମରା ଘଟଣା: ଟ୍ବିଟ କରି କାର୍ଯ୍ୟାନୁଷ୍ଠାନ ଦାବି କଲେ ରାହୁଲ ଗାନ୍ଧୀ

author img

By

Published : Feb 20, 2020, 9:17 PM IST

ରାଜସ୍ଥାନର ନଗୌରରେ ଦୁଇ ଦଳିତ ଯୁବକଙ୍କ ଉପରେ ହୋଇଥିବା ଅକଥନୀୟ ମାଡ ଘଟଣାର ତୀବ୍ର ନିନ୍ଦା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାରଙ୍କୁ ଏନେଇ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି । ଅଧିକ ପଢନ୍ତୁ...

Rahul gandhi
ଫାଇଲ ଫଟୋ

ନୂଆଦିଲ୍ଲୀ: ରାଜସ୍ଥାନର ନଗୌରରେ ଦୁଇ ଦଳିତ ଯୁବକଙ୍କ ଉପରେ ହୋଇଥିବା ଅକଥନୀୟ ମାଡ ଘଟଣାର ତୀବ୍ର ନିନ୍ଦା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ସରକାରଙ୍କୁ ଏନେଇ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ।

Rahul gandhi
ଫଟୋ ସୌଜନ୍ୟ: @RahulGandhi

ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି,‘ ରାଜସ୍ଥାନର ନାଗୌରରେ ଦୁଇ ଦଳିତ ଯୁବକଙ୍କ ସହ ବର୍ବରତା ଭିଡିଓ ଭୟାବହ ଓ ବୀଭତ୍ସ ଅଟେ । ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଯେ ଏନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ’ ।

ashok gehlot tweet
ଫଟୋ ସୌଜନ୍ୟ:@ashokgehlot51

ଏହାପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଟ୍ବିଟ କରି 7 ଜଣ ଗିରଫ ହୋଇଥିବା ସୂଚନା ଦେଇଛନ୍ତି । ଦୋଷୀଙ୍କୁ କଡା ଦଣ୍ଡ ଦିଆଯିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରକାଶଥାଉକି, ଦୁଇ ଦଳିତଙ୍କୁ ମାଡ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା । ପେଟ୍ରୋଲ ପମ୍ପରେ ଚୋରି କରିଥିବା ଅଭିଯୋଗ ଲଗାଇ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ ମରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.