ନୂଆଦିଲ୍ଲୀ: ଆତ୍ମଘୋଷିତ ଦେବୀ ରାଧେ ମା' ଅନେକ ଥର ନିଜ ବିବାଦୀୟ ଘଟଣାବଳୀ ପାଇଁ ଚର୍ଚ୍ଚାରେ ରୁହନ୍ତି । ଏବେ କିନ୍ତୁ ନିଜ ବଦାନ୍ୟତାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ରାଧେ ମା' । ଦେଶବାସୀ କୋରୋନା ମହାମାରୀ ବିରୁଦ୍ଧରେ ଜାରି ରଖିଥିବା ଲଢେଇରେ ସାମିଲ ହୋଇଛନ୍ତି । ରାଧେ ମା' ଚାରିଟେବୁଲ ସୋସାଇଟି ପକ୍ଷରୁ ପିଏମ କେୟାର୍ସ ପାଣ୍ଠିକୁ 10 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
ରାଧେ ମା' କୋଭିଡ -19 ସମ୍ବନ୍ଧରେ ସରକାର ଦେଇଥିବା ନିର୍ଦ୍ଦେଶକୁ ଗୁରୁତର ସହ ପାଳନ କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି । କରୋନା ଭାଇରସକୁ ରୋକିବା ପାଇଁ ସାମାଜିକ ଦୂରତା ହେଉଛି ଏକମାତ୍ର ଉପାୟ ବୋଲି ସେ କହିଛନ୍ତି ।
@IANSଇନପୁଟ