କୋଲକାତା: ଚଳିତ ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗ ସରକାର ପ୍ରତିଟି ଦୁର୍ଗା ପୂଜା କ୍ଲବକୁ ଅର୍ଥ ଦାନ କରିଛନ୍ତି । ତେବେ ଏହି ଅର୍ଥ ପୋଲିସ ଓ ଲୋକମାନଙ୍କ ମଧ୍ୟରେ ବନ୍ଧୁତାକୁ ବଢାଇବା, ମାସ୍କ, ସାନିଟାଇଜର ଓ ଫେଲ ସିଲ୍ଡ କ୍ରୟରେ ବିନିଯୋଗ କରାଯିବା ନେଇ କୋଲକାତା ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ସରକାର ପ୍ରତିଟି ଦୁର୍ଗାପୂଜା କ୍ଲବକୁ 50 ହଜାର ଟଙ୍କା ଦେବାକୁ ସ୍ଥିର କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ସଂପର୍କରେ ଶୁଣାଣି ବେଳେ ଅର୍ଥଗୁଡିକ ଅନ୍ୟ କୌଣସି କାର୍ଯ୍ୟ ଯଥା ମନୋରଞ୍ଜନ କାର୍ଯ୍ୟକ୍ରମ କିମ୍ବା ବାଦ୍ୟଯନ୍ତ୍ର ସଭା ଆଦିରେ ବିନିଯୋଗ କରାନଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାରଙ୍କ ଅନୁଦାନ ରାଶିରୁ 25 ପ୍ରତିଶତ ଅର୍ଥ ପୋଲିସ ଓ ଜନସାଧାରଣଙ୍କ ବନ୍ଧନକୁ ମଜବୁତ କରିବା ଏବଂ କମ୍ୟୁନିଟି ପୋଲିସିଂରେ ଅଧିକ ମହିଳାଙ୍କୁ ଅନ୍ତର୍ଭୁକ୍ତ କରିବାରେ ବିନିଯୋଗ ହେବା ସହିତ 75 ପ୍ରତିଶତ ଅର୍ଥ ମାସ୍କ, ସାନିଟାଇଜର ଓ ଫେସ ସିଲ୍ଡ କିଣିବାରେ ଲଗାଯିବ ।
କ୍ରୟ କରାଯାଇଥିବା ଉପକରଣ ବିଲ୍କୁ ଉକ୍ତ କ୍ଲବର ଜିଲ୍ଲା ଏସଡିଓ ଓ କେପି କର୍ମଚାରୀଙ୍କ ନିକଟରେ ଅଡିଟ୍ ପାଇଁ ପ୍ରଥମେ ଦାଖଲ କରାଯିବ ଏବଂ ଛୁଟି ପରେ କୋର୍ଟରେ ରିପୋର୍ଟ ଦାଖଲ ହେବ ।
ସୂଚନା ଥାଉ କି ଜଷ୍ଟିସ ସଞ୍ଜୀବ ବାନାର୍ଜୀ ଓ ଅରିଜିତ ବାନାର୍ଜୀଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ପୂଜା ପାଇଁ 50ହଜାର ଟଙ୍କା ପ୍ରତିଟି ଦୁର୍ଗା ପୂଜା କ୍ଲବକୁ ଦେବାର କାରଣ ସଂପର୍କରେ ପଚାରିଥିଲେ ।
@ANI