ନୂଆଦିଲ୍ଲୀ: ଆଜି ସ୍ବାଧୀନତା ଦିବସ ପାଳୁଛି ଆଫିଗାନିସ୍ତାନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନେନ୍ଦ୍ର ମୋଦି ରାଷ୍ଟ୍ରପତି ଅଶରଫ ଗନି ତଥା ସେଠାକାର ଜନତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତକୁ ଆତଙ୍କବାଦ ମୁକ୍ତ କରିବାରେ ଆଫଗାନିସ୍ତାନର ଉଦ୍ୟମକୁ ମୋଦି ସମର୍ଥନ ଜଣାଇଛନ୍ତି । ଏଥିସହ ସହ ମୋଦି ସମସ୍ତ ସହଯୋଗ କରିବାର ମଧ୍ୟ ଆଶ୍ବସନା ଦେଇଛନ୍ତି । ମୋଦି ଟ୍ବିଟ କରି ଶୁଭେଚ୍ଛା ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଭାରତ ଉତ୍ତମ ଭବିଷ୍ୟତ ଗଢିବା ଲାଗି ନିଜର ସ୍ବପ୍ନକୁ ବିସ୍ତାର କରିବା ଲାଗୁ ଆଫଗାନିସ୍ତାନର ଆକାଂକ୍ଷା ଓ ଆତଙ୍କବାଦରୁ ମୁକ୍ତ ସମାଜ ଗଢିବାରେ ତାର ଉଦ୍ୟମ ସମର୍ଥନ କରୁଛି ।
ସୂଚନାଯୋଗ୍ୟ, 1919 ମସିହା ଅଗଷ୍ଟ 19 ତାରିଖରେ ଆଫଗାନିସ୍ତାନ ସ୍ବାଧୀନତା ପାଇଥିଲା ।
@ANI