ଲକ୍ଷ୍ନୌ: ଇସଲାମିକ୍ ସେଣ୍ଟର ଅଫ୍ ଇଣ୍ଡିଆ ଏ ସମ୍ପର୍କରେ ଏକ ପରାମର୍ଶ ଜାରି କରି ମୁସଲମାନମାନଙ୍କୁ ରମଜାନ ସମୟରେ ମଧ୍ୟ ଲକଡାଉନ ପାଳନ କରି ବିଶ୍ବକୁ କୋରୋନାରୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ପ୍ରାର୍ଥନା କରିବାକୁ ଅନୁରୋଧ କରିଛି ।
![Ramjan](https://etvbharatimages.akamaized.net/etvbharat/prod-images/6774838_455_6774838_1586770683375.png)
ଇସଲାମିକ୍ ସେଣ୍ଟର ଅଫ୍ ଇଣ୍ଡିଆ ଏବଂ ଲକ୍ଷ୍ନୌ ସହର କାଜୀ ମୌଲାନା ଖାଲିଦ ରସିଦ ଫରାଙ୍ଗୀ ମହଲୀ ରବିବାର ଦିନ ଦିଆଯାଇଥିବା ଏକ ପରାମର୍ଶରେ କହିଛନ୍ତି, 'ପ୍ରାର୍ଥନାରେ ପରିପୂର୍ଣ୍ଣ ରମଜାନ ମାସ ଏପରି ଏକ ସମୟରେ ଆସୁଛି ଯେତେବେଳେ ଦେଶ ତଥା ସମଗ୍ର ବିଶ୍ୱ କୋରୋନା ଭାଇରସ ଭଳି ମହାମାରୀରେ ପୀଡିତ ଅଛି । '' ସେ କହିଛନ୍ତି ଯେ ସରକାର ଏପ୍ରିଲ 14 ତାରିଖ ପର୍ଯ୍ୟନ୍ତ ଲକଡାଉନ କରିଛନ୍ତି, କିନ୍ତୁ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଏହାର ଅବଧି ଆହୁରି ବୃଦ୍ଧି କରାଯିବ ବୋଲି ଆଶା କରାଯାଉଛି।
ଆସନ୍ତା 24 ଏପ୍ରିଲରେ ରମଜାନ ଉଲ୍ ମୁବାରକ ଚନ୍ଦ୍ର ଏବଂ ପ୍ରଥମ ରୋଜା 25 ଏପ୍ରିଲରେ ଦେଖାଯିବ ବୋଲି ଆଶା କରାଯାଉଛି । ସମସ୍ତ ମୁସଲମାନମାନଙ୍କୁ ରମଜାନରେ ମଧ୍ୟ ଲକଡାଉନ ପାଳନ କରିହା ସହ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରାଯାଇଛି। ପରାମର୍ଶରେ କୁହାଯାଇଛି, 'ଯେଉଁମାନେ ପ୍ରତିବର୍ଷ ମସଜିଦରେ ଗରିବଙ୍କ ପାଇଁ ଇଫତାରୀ କରୁଥିଲେ, ସେମାନେ ମଧ୍ୟ ଚଳିତ ବର୍ଷ ଏହା କରିବା ଉଚିତ କିନ୍ତୁ ସେହି ଖାଦ୍ୟକୁ ଅଭାବୀ ଲୋକମାନଙ୍କ ମଧ୍ୟରେ ବାଣ୍ଟିବା ଉଚିତ୍।'
ଫିରଙ୍ଗୀ ମହଲି କହିଲେ, " ଯେଉଁମାନେ ରମଜାନ ସମୟରେ ଇଫତାରୀ ପାର୍ଟି କରନ୍ତି ସେମାନେ ସେହି ଟଙ୍କାରେ ଗରିବଙ୍କୁ ଖାଇବାକୁ ଦିଅନ୍ତୁ । ଯେଉଁମାନଙ୍କର ଜକାତ୍ ଡ୍ୟୁଟି ଅଛି ସେମାନେ ନିଶ୍ଚିତ ଭାବରେ ଗରିବମାନଙ୍କ ମଧ୍ୟରେ ଜକାତ ବଣ୍ଟନ କରିବେ । ଅବଶିଷ୍ଟ ଲୋକମାନେ ନିଜ ଘରେ ପ୍ରାର୍ଥନା କରିବା ଉଚିତ୍ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ