ଯୋଧପୁର: ଦରମା ମାଗିବାରୁ ରେସ୍ତୋରାଁର କର୍ମଚାରୀଙ୍କୁ କାମୁଡିଲା ମାଲିକର ପୋଷା କୁକୁର । ଏଭଳି ଘଟଣା ସାମନାକୁ ଆସିଛି ଯୋଧପୁରରେ ଥିବା ଏକ ରେସ୍ତୋରାଁରୁ । ଏଥିରେ ରେସ୍ତୋରାଁର କର୍ମଚାରୀ କଲ୍ୟାଣ ସିଂ ଆହତ ହୋଇଛନ୍ତି ।
ଘଟଣାକୁ ନେଇ କଲ୍ୟାଣ ଥାନାରେ ନିଜ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ରିପୋର୍ଟରେ ସେ କହିଛନ୍ତି ଯେ, ତାଙ୍କ ମାଲିକଙ୍କୁ ସେ ପୂର୍ବ ମାସର ବାକି ଦରମା ଦେବାକୁ କହିଥିଲେ । ତା’ପରେ ମାଲିକ ରେସ୍ତୋରାଁରେ ପାଳିଥିବା କୁକୁରଙ୍କୁ ଡାକି ତାଙ୍କୁ କାମୁଡିବାକୁ କହିଥିଲେ । ତେବେ କୁକୁର କାମୁଡ଼ିବା କାରଣରୁ ସେ ଆହତ ହୋଇଛନ୍ତି ।
କଲ୍ୟାଣଙ୍କ ଅଭିଯୋଗ ଭିତ୍ତିରେ ମହାମନ୍ଦିର ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ଏଥିସହ ପୀଡିତ ଜଣକ ତାଙ୍କୁ ଦରମା ଦେବାକୁ ଏବଂ ରେସ୍ତୋରାଁ ମାଲିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।
ମହାମନ୍ଦିର ଥାନାଧିକାରୀ ସୁମେର ଦାନ ଚାରଣ କହିଛନ୍ତି ଯେ, ପୀଡିତ କଲ୍ୟାଣ ସିଂ ମାମଲା ରୁଜୁ ପରେ ପୋଲିସ ସମଗ୍ର ଘଟଣାର ତଦନ୍ତ ଆରମ୍ଭ କରିଛି ।