ETV Bharat / bharat

କୋରୋନା ସହାୟତା: ପେପ୍ସିକୋ ଦେବ 25 ହଜାର କିଟ ଓ 50ଲକ୍ଷ ଲୋକଙ୍କୁ ମାଗଣା ଖାଦ୍ୟ

author img

By

Published : Apr 6, 2020, 7:11 PM IST

କୋରୋନା ଯୋଗୁଁ ସାରା ବିଶ୍ବ ଆତଙ୍କିତ । ଏହି ଘଡିସନ୍ଧି ମୁହୁର୍ତ୍ତରେ ସାହାଯ୍ୟର ହାତ ବଢାଇଛି ପେପ୍ସିକୋ କମ୍ପାନୀ । ପେପ୍ସିକୋ ଇଣ୍ଡିଆ 25,000 କୋଭିଡ-19 ପରୀକ୍ଷଣ କିଟ ଏବଂ 50 ଲକ୍ଷ ଲୋକଙ୍କ ପାଇଁ ମାଗଣା ଖାଦ୍ୟ ଯୋଗେଇବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

pepsico commits to 25 000 testing kits
ପେପସିକୋ ଦେବ 25 ହଜାର କୋରୋନା ପରୀକ୍ଷଣ କିଟ

ମୁମ୍ବାଇ: ବିଶ୍ବବ୍ୟାପୀ କୋରୋନା ଭାଇରସ ଯୋଗୁଁ କୋଟି କୋଟି ଲୋକେ ପ୍ରଭାବିତ ହୋଇଛନ୍ତି । ଏହି କୋରୋନା ଯୋଗୁଁ ସାରା ବିଶ୍ବରେ ପାଖାପାଖି 64 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ମାହାମାରୀ ସହ ସାରା ଭାରତ ଏକଜୁଟ ହୋଇ ମୁକାବିଲା କରୁଛନ୍ତି । ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା, ବଡ଼ ବଡ଼ କମ୍ପାନୀ, ଛୋଟ ବଡ଼ ସଂସ୍ଥା ଏହି ଘଡିସନ୍ଧି ମୁହୁର୍ତ୍ତରେ ସାହାଯ୍ୟର ହାତ ବଢାଇଛନ୍ତି । ପେପସିକୋ ଇଣ୍ଡିଆ ମଧ୍ୟ ନିଜ ପରୋପକାରୀ ସଂସ୍ଥା ପେପସିକୋ ଫାଉଣ୍ଡେସନ ସହ ମିଶି କୋରୋନା ପୀଡିତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ।

ଏବେ ପେପ୍ସିକୋ ଇଣ୍ଡିଆ 25,000 କୋଭିଡ-19 ପରୀକ୍ଷଣ କିଟ ଏବଂ 50 ଲକ୍ଷ ଲୋକଙ୍କ ପାଇଁ ମାଗଣା ଖାଦ୍ୟ ଯୋଗେଇବ । ଏ ସମ୍ପର୍କରେ କମ୍ପାନୀ ସୋମବାର ଏକ ବୟାନ ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି ରନ୍ଧା ଖାଦ୍ୟ ଯୋଗେଇ ଦେବେ । ଆଉ ଏଥିଲାଗି ସେ ଅଧ୍ୟକ୍ଷ ପାତ୍ର ଫାଉଣ୍ଡେସନ ସହ ବୁଝାମଣା କରିଛନ୍ତି । ପେପସିକୋ ପାଖାପାଖି 8 ହଜାର ଗରିବ ପରିବାରକୁ ସ୍ମାଇଲ ଫାଉଣ୍ଡେସନର ସହାୟତାରେ ରାଶନ ମଧ୍ୟ ଯୋଗେଇ ଦେବ । ବୈଷୟିକ କାର୍ଯ୍ୟକ୍ରମ ‘ଗିଭ ମିଲ୍ସ, ଗିଭ ହୋପ’ ର ଏହା ଏକ ଅଂଶ ଅଟେ । ଏହା ବ୍ୟତୀତ କମ୍ପାନୀ କୋଭିଡ-19 ପରୀକ୍ଷଣ କିଟ ଯୋଗେଇ ଦେବା ପାଇଁ ଫାଉଣ୍ଡେସନ ଅଫ ଇନୋଭେଟିଭ ନ୍ୟୁ ଡାୟଗ୍ନୋଷ୍ଟିକ ସହ ବୁଝାମଣା କରିଛି ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.