ETV Bharat / bharat

ସାବଧାନ ! କୋରୋନା ଭାଇରସ ସୁପର ସ୍ପ୍ରେଡର ‘ଗୁପଚୁପ’ - pani puri a- coronavirus super spreader

ଗୁପଚୁପ ଖାଉଥିଲେ ହୋଇ ଯାଆନ୍ତୁ ସତର୍କ । ଗୁପଚୁପ ଖାଉଥିଲେ ଆପଣ ବି କୋରୋନା ସୁପର ସ୍ପେଡର ପାଲଟି ପାରନ୍ତି । ଅଧିକ ପଢନ୍ତୁ...

ସାବଧାନ ! କୋରୋନା ଭାଇରସ ସୁପର ସ୍ପ୍ରେଡର ‘ଗୁପଚୁପ’

author img

By

Published : Jun 16, 2020, 3:51 PM IST

କାନପୁର: ଗୁପଚୁପ ପ୍ରେମୀ ସାବଧାନ ! ଗୁପଚୁପ ଖାଉଥିଲେ ହୋଇ ଯାଆନ୍ତୁ ସତର୍କ । ଦୀର୍ଘ ଦିନ ଲକଡାଉନ ପରେ ଠେଲା ଖୋଲିଛି । ଗୁପଚୁପ ଖାଇବାକୁ ମନେ ବଳାଉଥିବେ ନିଶ୍ଚୟ। ହେଲେ ଏହି ଗୁପଚୁପ ଖାଇଲେ ଆପଣ ବି କୋରୋନା ସୁପର ସ୍ପେଡର ପାଲଟି ପାରନ୍ତି ।

ଗୁପଚୁପ କେଉଁଠି ଗୋଲଗାପା ତ କେଉଁଠି ପାଣିପୁରୀ ତ କିଏ ପୁଚକା କୁହନ୍ତୁ । ଦେଶ ଲକଡାଉନ ହେବା ପର ଠାରୁ ଏହା ଯେମିତି ସମସ୍ତଙ୍କ ପାଇଁ ସାତସପନ ପାଲଟିଥିଲା । ଘରେ ଅନ୍ୟ ଫାଷ୍ଟଫୁଟ ଆଇଟମ ପ୍ରସ୍ତୁତି କରି ଖାଇପାରୁଥିଲେ । ହେଲେ ସତ ଚେଷ୍ଟା ସତ୍ତ୍ବେ ଗୁପଚୁପ ସ୍ବାଦ ସେହି ଠେଲା ଗାଡିରୁ ହିଁ ମିଳେ । ଏସବୁ ଭିତରେ ଅନଲକ-1.0 ଲାଗୁ ହେଇଯାଇଛି । ଅନେକ ଦୋକାନ ବଜାର ଖୋଲିଛି । ଏମିତିକି ଗୁପଚୁପ ଦୋକାନ ମଧ୍ୟ ଖୋଲିଛି ।

ସେପଟେ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଏପରି ସ୍ଥିତିରେ ଗୁପଚୁପ ଖୋଲିବା ପରେ ଶହ ଶହ ଲୋକଙ୍କ ଜମା ହେବା ସଂକ୍ରମଣ ବୃଦ୍ଧିର ଆଶଙ୍କା ବଢେଇ ଦେଇଛି । ଫଳରେ ଉତ୍ତରପ୍ରଦେଶର କାନପୁର ପ୍ରଶାସନ ଏଥିରେ ପ୍ରତିବନ୍ଧକ ଲଗାଇଛନ୍ତି ।

କାନପୁର ପ୍ରଶାସନଙ୍କ ଅନୁସାରେ, ଗୁପଚୁପ ଷ୍ଟଲରେ କୋରୋନା ସମସ୍ତ ନିୟମ ମାନି ଚଳିବା କଷ୍ଟକର । ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିଥିଲେ ମଧ୍ୟ ସ୍ୱଚ୍ଛତା ଅନୁସରଣ ଓ ସାମାଜିକ ଦୂରତା ମଧ୍ୟ ଗୁରୁତ୍ବ ରଖୁଛି। ତେଣୁ ରାଜ୍ୟରେ ଏହି ରୋଗର ପ୍ରସାରକୁ ରୋକିବା ପାଇଁ ସହରରେ ଏହାର ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଡିଏମ୍ କହିଛନ୍ତି ଯେ ସମସ୍ତ ଦୋକାନରେ ସାମାଜିକ ଦୂରତାକୁ କଡାକଡି ଭାବରେ ବଜାୟ ରଖିବା ଆବଶ୍ୟକ ଏବଂ ଉଦ୍ୟମ କରୁଥିବା ସମସ୍ତେ ମାସ୍କ ପିନ୍ଧିବା ଉଚିତ୍ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.