ETV Bharat / bharat

ଇମ୍ରାନଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ - pakistan pm imran khan case lodged in up

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ କୋର୍ଟରେ ରୁଜୁ ହେଲା ମାମଲା । ଜାଣନ୍ତୁ କାହିଁକି...

ଫାଇଲ ଫଟୋ
author img

By

Published : Sep 28, 2019, 9:08 PM IST

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ କୋର୍ଟରେ ରୁଜୁ ହେଲା ମାମଲା । ଭାରତକୁ ଧମକ ଦେବା ସହ ରାଷ୍ଟ୍ରଦ୍ରୋହୀ ଏବଂ ଦୁଇ ପକ୍ଷ ମଧ୍ୟରେ ଶତୃତା ସ୍ଥାପନା କରିବା ଅଭିଯୋଗରେ ଉତ୍ତର ପ୍ରଦେଶ ଏବଂ ବିହାର ଅଦାଲତରେ ଇମ୍ରାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଯାହାର ଶୁଣାଣି ଅକ୍ଟୋବର 9 ଏବଂ 21 ତାରିଖରେ ହେବ ।

ଉତ୍ତର ପ୍ରଦେଶର ମହାରାଜଗଞ୍ଜର ସିଜେଏମ କୋର୍ଟରେ ଇମ୍ରାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମହାରାଜଗଞ୍ଜ ସିଭିଲ କୋର୍ଟର ଆଇନଜୀବୀ ବିନୟ କୁମାର ପାଣ୍ଡେ ଏହି ମାମଲା ରୁଜୁ କରିଛନ୍ତି । ଆଇପିସିର ଧାରା 125, 124(କ) ଏବଂ 505 ଅଧିନରେ ଆବେଦନ ଦାଏର ହୋଇଛି । ତେବେ ମୁଖ୍ୟ ନ୍ୟାୟିକ ଦଣ୍ଡଧିକାରୀ (ସିଜେଏମ) କୋର୍ଟ ଏହି ମାମଲାର ଶୁଣାଣି ପାଇଁ ଅକ୍ଟୋବର 9 ତାରିଖ ନିର୍ଦ୍ଧାରଣ କରିଛନ୍ତି ।

ସେପଟେ ଏଭଳି ଆଉ ଏକ ଆବେଦନ ବିହାରର ମୁଜାଫରପୁର କୋର୍ଟରେ ଦାଏର ହୋଇଛି । ଏହି ଆବେଦନକୁ କୋର୍ଟ ମଞ୍ଜୁର ମଧ୍ୟ କରିଛନ୍ତି ଏବଂ ଏହାର ଶୁଣାଣି ପାଇଁ ଅକ୍ଟୋବର 21 ତାରିଖ ନିର୍ଦ୍ଧାରଣ କରିଛନ୍ତି । ମିଳିତ ଜାତିସଙ୍ଘ ମହାସଭାରେ ଇମ୍ରାନ ଖାନ ପରମାଣୁ ଯୁଦ୍ଧ ଏବଂ ଜମ୍ମୁ-କାଶ୍ମୀରରେ ରକ୍ତପାତର ଧମକ ଦେଇଥିବା ଅଭିଯୋଗ କରି ଆଇନଜୀବୀ ସୁଧୀର ଓଝାଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତକାଲି ମିଳିତ ଜାତିସଙ୍ଘର ମହାସଭାରେ ଭାଷଣ ଦେଇ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ବିରୋଧରେ ବିଷ ଓଗାଳିଥିଲେ । ଭାରତକୁ ଧମକାଇ ସେ କହିଥିଲେ, ଭାରତ ସରକାର ଜମ୍ମୁ-କଶ୍ମୀରରୁ କଟକଣା ଉଠାଇଲେ ସେଠାରେ ରକ୍ତପାତ ହେବ। ଏହା ସହିତ ପରମାଣୁ ଯୁଦ୍ଧ ଭଳି ସ୍ଥିତି ମଧ୍ୟ ଉପୁଜିପାରେ । ଏଥିପାଇଁ ସମସ୍ତେ ପ୍ରସ୍ତୁତ ରହିବା ଦରକାର ବୋଲି ସେ କହିଥିଲେ ।

Intro:Body:

njm.kokom,

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.