ETV Bharat / bharat

ଦଳରେ ନେତୃତ୍ବ ସଙ୍କଟ, ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଲେ 23 ନେତା

author img

By

Published : Aug 23, 2020, 12:45 PM IST

ଆସନ୍ତାକାଲି ବସିବ କଂଗ୍ରେସ ୱାର୍କିଂ କମିଟି ବୈଠକ । ଦଳର ନେତୃତ୍ବ ସଙ୍କଟ ଉପରେ ହେବ ଆଲୋଚନା । ଅଧିକ ପଢନ୍ତୁ...

ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଲେ 23 ନେତା
ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଲେ 23 ନେତା

ନୂଆଦିଲ୍ଲୀ: କଂଗ୍ରେସରେ ଅପ୍ରତ୍ୟାଶିତ ନେତୃତ୍ବ ଗଠନ ଦାବି କରାଯାଉଛି । ଦଳର ସାଙ୍ଗଠନିକ କ୍ଷେତ୍ରରେ ଉପରରୁ ତଳ ପର୍ଯ୍ୟନ୍ତ ପରିବର୍ତ୍ତନର ଆବଶ୍ୟକତା ଥିବା ଦଳରେ ଚର୍ଚ୍ଚା ହେଉଛି । ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ,ସିଡବ୍ଲ୍ୟୁସି ସଦସ୍ୟ, ଦଳର ସାଂସଦଙ୍କ ସମେତ 23 ଜଣ ନେତା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି ।

ଦଳର ନେତୃତ୍ବ ସଙ୍କଟ ଯୋଗୁଁ ଭୋଟର ଓ ଯୁବପିଢୀଙ୍କୁ ବିଶ୍ବାସ ଜିତିବାରେ ବିଫଳ ହେଉଛି ବୋଲି ନେତାମାନେ କହିଛନ୍ତି । କଂଗ୍ରେସରେ ନେତୃତ୍ବ ସଙ୍କଟ ଅଭାବର ଫାଇଦା ବିଜେପି ନେଉଛନ୍ତି । ତେଣୁ ଦଳରେ ପୂର୍ଣ୍ଣକାଳିନୀ ଅଧ୍ୟକ୍ଷଙ୍କ ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରାଯାଇଛି । ସୋମବାର ବସିବାକୁ ଥିବା ୱାର୍କିଂ କମିଟି ବୈଠକରେ ଏହା ଉପରେ ଆଲୋଚନା କରାଯିବ । କୁହାଯାଉଛି ଏହି ଚିଠି ଦୁଇ ସପ୍ତାହ ପୂର୍ବରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଲେଖାଯାଇଥିଲା ।

ଚିଠିରେ ପୁଣି ଥରେ ନିର୍ବାଚନ ଓ ନୂତନ ଅଧ୍ୟକ୍ଷ ଚୟନ କରିବାକୁ ସିଡବ୍ଲ୍ୟୁସି ଦାବି କରିଛି । ଏଥିପାଇଁ ଏକ ପ୍ରଭାବଶାଳୀ ସାମୂହିକ ବ୍ୟବସ୍ଥା କରିବାକୁ କୁହାଯାଇଛି ।

ସୂଚନାନୁସାରେ, ଏହି ଚିଠିରେ ଜୋର ଦିଆଯାଇଛି ଯେ, କଂଗ୍ରେସର ପୁନରୁତ୍ଥାନ ହେଉଛି 'ଏକ ଜାତୀୟ ଆବଶ୍ୟକତା', ଯାହା ଗଣତନ୍ତ୍ରର ସ୍ୱାସ୍ଥ୍ୟ ପାଇଁ ଜରୁରୀ । ଯେଉଁ ସମୟରେ ସ୍ବାଧୀନ ରାଜନୈତିକ, ସାମାଜିକ ଓ ଆର୍ଥିକ ସ୍ଥିତି ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ସେହି ସମୟରେ ଦଳ ହାରିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.