ରାଞ୍ଚି: ଝାଡଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ବେଳେ ହିଂସାକାଣ୍ଡ ଘଟିଛି । ଝାଡଖଣ୍ଡର ଗୁମଲା ଜିଲ୍ଲା ସିସଇ ନିର୍ବାଚନମଣ୍ଡଳୀର ବଭନୀ ମତଦାନ କେନ୍ଦ୍ରରେ ଗୁଳିମାଡ ହୋଇଛି । ଏହିଗୁଳିମାଡରେ ଜଣେ ଭୋଟରଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାରେ ଅନ୍ୟ 2 ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।
ସେପଟେ ଗୁଳିମାଡ ପରେ ଆକ୍ରୋଶିତ ଗ୍ରାମବାସୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଗ୍ରାମବାସୀ କ୍ରୋଧରେ ପୋଲିସ ଉପରକୁ ପଥର ମାଡ଼ କରିଥିଲେ । ଯେଉଁଥିରେ ଜଣେ ଥାନା ଅଧିକାରୀ ଆହତ ହୋଇଥିବା ଜଣାପଡିଛି । ତେବେ ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଛି । ସେପଟେ ଏହି ଘଟଣା ଭୋଟିଂ ଉପରେ ପ୍ରଭାବ ପକାଇଥିବା ଜଣାପଡିଛି ।