ETV Bharat / bharat

ମଧ୍ୟପ୍ରଦେଶରେ ଲାଗୁ ହେବନି NPR

author img

By

Published : Feb 18, 2020, 3:26 AM IST

ମଧ୍ୟପ୍ରଦେଶରେ NPR ଲାଗୁ ନକରିବାକୁ ବଡ ନିଷ୍ପତ୍ତି ନେଇଛନ୍ତି ସରକାର । ଦେଶରେ ଯେଉଁଭଳି ଭାବେ ଲୋକଙ୍କ ମନରେ ସନ୍ଦେହ ଉପୁଜିଛି, ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ରାଜ୍ୟରେ NPR ଲାଗୁ ନକିବାକୁ ନିଷ୍ପତ୍ତି ନେଇଛନ୍ତି ।

madhya pradesh
NPR ଲାଗୁ ନକରିବାକୁ କମଲନାଥ ସରକାରଙ୍କ ନିଷ୍ପତ୍ତି

ଭୋପାଳ: ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(NPR)କୁ ନେଇ କେରଳ ସରକାରଙ୍କ ରାସ୍ତାରେ ସରକାର କମଲନାଥ ସରକାର। ମଧ୍ୟପ୍ରଦେଶରେ NPR ଲାଗୁ ନକରିବାକୁ ବଡ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ସୋମବାର ମଧ୍ୟାହ୍ନରେ ସରକାର ସ୍ପଷ୍ଟ କରିବା ସହ କହିଛନ୍ତି ଯେ, NPR ନୋଟିଫିକେସନ ଜାରି ହେବା ପରେ, ଦେଶରେ ଯେଉଁଭଳି ଭାବେ ଲୋକଙ୍କ ମନରେ ସନ୍ଦେହ ଉପୁଜିଛି, ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ରାଜ୍ୟରେ NPR ଲାଗୁ ନକିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏନେଇ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରୀ ପିସି ଶର୍ମା କହିଛନ୍ତି ଯେ, NPR ନୋଟିଫିକେସନ ବାବଦରେ ଡିସେମ୍ବର 2019ରେ ଜାରି କରାଯାଇଥିବାବେଳେ ନାଗରିକତା ସଂଶୋଧନ ଆଇନ ଏହା ପରେ ଆସିଛି । ତେଣୁ ଏଥିପାଇଁ ଏହି ଅଧିସୂଚନା CAAସହ ସମ୍ବର୍ଦ୍ଧିତ ନୁହେଁ । ତେଣୁ କମଲନାଥ ସରକାରଙ୍କ ପକ୍ଷରୁ ରାଜ୍ୟରେ NPR ଲାଗୁ ନକରିବାକୁ ସ୍ପଷ୍ଟ କରାଯାଇଛି ।

ଏହାପୂର୍ବରୁ ମଧ୍ୟ ମହାରାଷ୍ଟ୍ରରେ କଂଗ୍ରେସ ପାର୍ଟିର ସମର୍ଥନରେ ଗଠିତ ହୋଇଥିବା ମହା ଅଘାଡି ସରକାରଙ୍କ ପକ୍ଷରୁ ମେ' 1ରୁ NPRର ପ୍ରକ୍ରିୟା ଆରମ୍ଭ କରାଯିବାକୁ କୁହାଯାଇଥିଲା । ଯାହାକୁ ମହାରାଷ୍ଟ୍ର ସରକାର ନିର୍ଦ୍ଧାରିତ ସମୟରେ ଲାଗୁ କରିବାକୁ ଘୋଷଣା କରିଛନ୍ତି । ଫେବୃଆରୀ 14ରେ ଉଦ୍ଧବ ସରକାର କହିଛନ୍ତି ଯେ, ମେ' 1ରୁ NPRର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ଅଧିକାରୀଙ୍କୁ ପ୍ରସ୍ତୁତି କରିବା ସହ ଏହି ସମ୍ବର୍ଦ୍ଧିତ ବିଭାଗକୁ ରାଜ୍ୟରେ NPR ସହ ଜନଗଣନାରେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.