ETV Bharat / bharat

କୋରୋନା ପାଇଁ NPR ପ୍ରକ୍ରିୟା ସ୍ଥଗିତ

author img

By

Published : Mar 25, 2020, 10:43 AM IST

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଥିବା ଏନପିଆର ପ୍ରକ୍ରିୟାକୁ ସ୍ଥଗିତ ନେଇ ଘୋଷଣା । ଅଧିକ ପଢନ୍ତୁ...

କୋରୋନା ପାଇଁ NPR ପ୍ରକ୍ରିୟା ସ୍ଥଗିତ
କୋରୋନା ପାଇଁ NPR ପ୍ରକ୍ରିୟା ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟରର ପ୍ରଥମ ପର୍ଯ୍ୟାୟକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସ୍ଥଗିତ ଘୋଷଣା କରାଯାଇଛି । ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଥିଲା ଏନପିଆର ପ୍ରକ୍ରିୟା ।

କୋରୋନା ପାଇଁ ସମ୍ପୂର୍ଣ୍ଣ ଦେଶରେ ଲକଡାଉନ । ଗାଡିମଟର ସହ ଦୋକାନ ବଜାର ସବୁକିଛି ବନ୍ଦ । 21 ଦିନ ଯାଏଁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏପରି ସ୍ଥିତିରେ ଏପ୍ରିଲ ପହିଲାରେ ହେବାକୁ ଥିବା ଜନଗଣନା ଅନ୍ତର୍ଗତ ଏନପିଆର ପ୍ରକ୍ରିୟାକୁ ସ୍ଥଗିତ କରିଦିଆଯାଇଛି । ପୂର୍ବରୁ ରାଜ୍ୟସଭା ନିର୍ବାଚନକୁ ମଧ୍ୟ ସ୍ଥଗିତ ଘୋଷଣା କରାଯାଇଥିଲା ।

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 562ରେ ପହଞ୍ଚିଛି । ଏହାସହ ଭାରତରେ 9 ଜଣଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

@PTI_News

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.