ଡେରାଡୁନ: ଯୋଗଗୁରୁ ବାବା ରାମଦେବ ଶନିବାର କୋରୋନାକୁ ନେଇ ପ୍ରତିଷେଧମୂଳକ ସଚେତନ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି । କୋରୋନାକୁ ନେଇ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ସେ ବୋଲି କହିଛନ୍ତି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋରୋନାକୁ ବିଶ୍ବ ମହାମାରୀ ଘୋଷଣା କରିବା ପରେ ଏହାର ଭୟାବହତା ବୃଦ୍ଧି ପାଇବାରେ ଲାଗିଛି । ଯୋଗଗୁରୁ ବାବା ରାମଦେବ କହିଛନ୍ତି କୋରୋନାକୁ ନେଇ ଭୟ କରିବାର ଆବଶ୍ୟକତା ନାହିଁ । ଏହାର ସଂକ୍ରମଣ ଓ ପ୍ରସାରରୁ ବର୍ତ୍ତିବା ପାଇଁ ସଚେତନତା ଓ ପ୍ରତିକାର ମୂଳକ ବ୍ୟବସ୍ଥା ଗ୍ରହଣ କରନ୍ତୁ । ଜନଗହଳି ପୂର୍ଣ୍ଣ ସ୍ଥାନରେ କିମ୍ବା ବସ, ଟ୍ରେନ ଓ ବିମାନ ଯାତ୍ରା କରିବା ସମୟରେ ସାନିଟାଇଜର ବ୍ୟବହାର କରିବା ପାଇଁ ଅନୁରୋଧ କରିଛନ୍ତି ।
ସାଧାରଣ ସ୍ଥାନରେ ଲୋକଙ୍କ ମଧ୍ୟରୁ 4 ରୁ 5 ଫୁଟର ଦୂରତା ମଧ୍ୟରେ ରହିବା ପାଇଁ କହିଛନ୍ତି । ଘରଠୁ ବାହାରକୁ ବାହାରିଲେ ମାସ୍କ ବ୍ୟବହାର କରିବା ପାଇଁ ଅନୁରୋଧ କରିଛନ୍ତି । ଏହା ସହ ବାବା ରାମଦେବ ଯୋଗ କରିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି । ପ୍ରାକୃତିକ ଜୀବନଶୈଳୀକୁ ଆପଣାନ୍ତୁ ଏହା ଦ୍ବାରା ହୃଦରୋଗ, ଡାଇବେଟିସ ଓ ଆଜମା ଭଳି ରୋଗରୁ ଦୂରେଇ ରୁହନ୍ତୁ । ଯୋଗ କରିବା ଲୋକଙ୍କୁ କୋରୋନା ଭାଇରସ ସଂକ୍ରମଣ ସମ୍ଭାବନା କମ ରହିଥାଏ ବୋଲି କହିଛନ୍ତି ରାମଦେବ।
@ANI