ETV Bharat / bharat

କୋଭିଡ-19ରେ ମୃତଶରୀର ବ୍ୟବଚ୍ଛେଦ ନେଇ ICMRର ନୂଆ ଗାଇଡଲାଇନ - କୋରୋନା ଭାଇରସ

ମଣିଷ ଜୀବନ ପ୍ରତି ଘାତକ ସାଜିଛି ମହାମାରୀ କୋରୋନା ଭାଇରସ । ସଂକ୍ରମଣର ଶିକାର ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଅନେକଙ୍କର ମୃତ୍ୟୁହେଉଛି । ତେବେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ICMR) କୋରୋନା ଭାଇରସ ସଂକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଶରୀର ବ୍ୟବଚ୍ଛେଦ ନେଇ ନୂଆ ଗାଇଡଲାଇନ ଜାରି କରିଛି । ସଂପୂର୍ଣ୍ଣ ପଢନ୍ତୁ...

No invasive techniques in autopsy of COVID-19 deaths: ICMR
କୋଭିଡ-19ରେ ମୃତଶରୀର ବ୍ୟବଚ୍ଛେଦ ନେଇ ICMRର ନୂଆ ଗାଇଡଲାଇନ
author img

By

Published : May 12, 2020, 3:54 PM IST

ନୂଆଦିଲ୍ଲୀ: ମଣିଷ ଜୀବନ ପ୍ରତି ଘାତକ ସାଜିଛି ମହାମାରୀ କୋରୋନା ଭାଇରସ । ସଂକ୍ରମଣର ଶିକାର ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଅନେକଙ୍କର ମୃତ୍ୟୁ ହେଉଛି । ତେବେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ICMR) କୋରୋନା ଭାଇରସ ସଂକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଶରୀର ବ୍ୟବଚ୍ଛେଦ ନେଇ ନୂଆ ଗାଇଡଲାଇନ ଜାରି କରିଛି ।

ଏକ 35 ପୃଷ୍ଠାର ବିସ୍ତୃତ ଦସ୍ତାବିଜରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ICMR) କୋରୋନା ଜନିତ ମୃତଶରୀରର ବ୍ୟବଚ୍ଛେଦ ସମୟରେ ପୂର୍ବରୁ ଥିବାକୌଶଳ ଆପଣାଇବାକୁ ବାରଣ କରାଯାଇଛି । ଏଥିସହିତ ମୃତଦେହର ଫରେନସିକ ପରୀକ୍ଷା ସମୟରେ ଡାକ୍ତର ଓ ଅନ୍ୟ ମୃତଦେହ ଗୃହ କର୍ମଚାରୀଙ୍କ ଦେହରୁ ନିର୍ଗତ ତରଳ ପଦାର୍ଥ ଜୀବନ ପ୍ରତି ବିପଦ ସୃଷ୍ଟିକରିବାର ସମ୍ଭାବନା ରହିଛି । ଅର୍ଥାତ ମୃତଦେହ ବ୍ୟବଚ୍ଛେଦ ସମୟରେ ମେଡିକାଲ କର୍ମଚାରୀ ସଂକ୍ରମଣର ଶୀକାର ହେବାର ସମ୍ଭାବନା ଥିବାରୁ ବ୍ୟବଚ୍ଛେଦକୁ ବାରଣ କରାଯାଇଛି ।

COVID-19 ମୃତଶରୀର ବ୍ୟବଚ୍ଛେଦ ଗାଇଡଲାଇନ:

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଦ୍ବାରା ଜାରି 'COVID-19 ମୃତ୍ୟୁରେ ମେଡିକୋ-ଲିଗାଲ୍ ବ୍ୟବଚ୍ଛେଦ ପାଇଁ ଷ୍ଟାଣ୍ଡାର୍ଡ ଗାଇଡଲାଇନ' ଅନୁଯାୟୀ, ଡାକ୍ତରଖାନାରେ ତଥା ଚିକିତ୍ସା ସେବାରେ ମୃତ୍ୟୁ ଏକ MLC ନୁହେଁ । ଏବଂ ପୋଷ୍ଟମର୍ଟମ ଆବଶ୍ୟକ କରେ ନାହିଁ । ଏହି ପ୍ରକାର ମୃତ୍ୟୁ ପାଇଁ ଚିକିତ୍ସା କରିଥିବା ଡାକ୍ତରଙ୍କ ପକ୍ଷରୁ ମୃତ୍ୟୁର ଆବଶ୍ୟକ ପ୍ରମାଣପତ୍ର ମୃତ୍ୟୁର କାରଣ ସାର୍ଟିଫିକେଟ ଭାବେ ଗ୍ରହଣୀୟ ହେବ |

କୋଭିଡ-19ରେ ମୃତ୍ୟୁ ସନ୍ଦେହରେ କେତେକ ମାମଲା ଡାକ୍ତରଖାନାକୁ ଅଣାଯାଉଛି । ତେବେ ଏହି କ୍ଷେତ୍ରରେ ଜରୁରୀକାଳୀନ ଡାକ୍ତରଙ୍କ ଦ୍ବାରା ମୃତ୍ୟୁର ପ୍ରକୃତ କାରଣ ଆବଶ୍ୟକତା ରହିଛି । ମୃତ୍ୟୁର ସ୍ପଷ୍ଟତା ପାଇଁ ପୋଷ୍ଟମର୍ଟମ ପରୀକ୍ଷା ଆବଶ୍ୟକ ହୋଇପାରେ ବୋଲି ପୋଲିସକୁ ସୂଚନା ଦିଆଯାଇଛି । ଡ୍ରାଫ୍ଟ ଗାଇଡଲାଇନରେ କୁହାଯାଇଛି ଯେ ଏହି ମାମଲାଗୁଡ଼ିକର ଫରେନସିକ୍ ଶବ ବ୍ୟବଚ୍ଛେଦ କରାଯାଇ ପାରିବ ।

କେତେକ ମାମଲା ଆତ୍ମହତ୍ୟା ହତ୍ୟା, ଦୁର୍ଘଟଣା କୋରୋନା ପଜିଟିଭ ସନ୍ଦେହ କିମ୍ବା ସଂକ୍ରମଣର ଶୀକାର ଜନିତ ମଧ୍ୟ ସାମ୍ନାକୁ ଆସୁଛି । ଏହି ସବୁ ଘଟଣାରେ ଅନୁସନ୍ଧାନ ପ୍ରକ୍ରିୟା ପରେ ମେଡିକୋ-ଲିଗାଲ୍ ଶବ ବ୍ୟବଚ୍ଛେଦ ପାଇଁ ପୋଲିସର ଅଧିକାର ଅଛି । କୋରୋନା ଭାଇରସର ସମୟରେ ଅନୁସନ୍ଧାନକାରୀ ଅଫିସର ମୃତଦେବ ବ୍ୟବଚ୍ଛେଦ ହେବା ଆବଶ୍ୟକ ରହିଛି କି ନା ସେ ନେଇ ନିଷ୍ପତି ନେବେ । ତେବେ ଯଦି ସଂପୃକ୍ତ ଅଫିସର ବ୍ୟବଚ୍ଛେଦ ଅନାବଶ୍ୟକ ଅନୁଭବ କରନ୍ତି ତେବେ ସେ ଅନ୍ୟ ବିକଳ୍ପ ନିଷ୍ପତି ନେଇପାରିବେ ।

କୋରୋନା ଭାଇରସ ଜନିତ ମୃତଦେବ ବ୍ୟବଚ୍ଛେଦ ସମୟରେ ଅତ୍ୟନ୍ତ ସାବଧାନତା ଆପଣାଇବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ମୃତ ଶରୀରର ଅସ୍ଥି କିମ୍ବା କୋଷର ସଂସ୍ପର୍ଶରେ ଆସିଲେ ସଂକ୍ରମଣର ସମ୍ଭାବନା ରହିଛି ।

COVID-19 ମୃତଶରୀର ଶେଷକୃତ୍ୟ ଗାଇଡଲାଇନ:

କୌଣସି ମୃତବ୍ୟକ୍ତିଙ୍କର କୋଭିଡ-19 ରିପୋର୍ଟ ଆସିବା ପୂର୍ବରୁ ଶରୀରକୁ ବ୍ୟବଚ୍ଛେଦ ଗୃହରୁ ବାହାରକୁ ଆଣିବାକୁ ଦିଆଯିବନି । ରିପୋର୍ଟ ହସ୍ତଗତ ହେବାପରେ ସଂପୃକ୍ତ ବ୍ୟକ୍ତିଙ୍କ ଜିଲ୍ଲା ପ୍ରଶାସନକୁ ମୃତଶରୀର ହସ୍ତାନ୍ତର କରାଯିବ । ଏନେଇ ସ୍ପଷ୍ଟ ଭାବେ ICMRରୁ ଜାରି ନୂଆ ଡ୍ରାପ୍ଟ ଗାଇଡଲାଇନରେ ଉଲ୍ଲେଖ ରହିଛି ।

ଦୁଇଜଣରୁ ଅଧିକ ସଂପର୍କୀୟ ମୃତଶରୀର ସାଥିରେ ରହିବାକୁ ବାରଣ କରାଯାଇଛି । ମୃତଶରୀର ଠାରୁ ପରିବାର ଲୋକଙ୍କୁ ଏକ ମିଟର ଦୂରତା ରକ୍ଷା କରିବାକୁ ହେବ । ଏକ ପ୍ଲାଷ୍ଟିକ ବ୍ୟାଗ ମଧ୍ୟରୁ ପରିବାର ଲୋକଙ୍କୁ ଆଇନ ଶୃଙ୍ଖଳାକାରୀ ସଂସ୍ଥାଙ୍କ ଉପସ୍ଥିତିରେ ମୃତବ୍ୟକ୍ତିଙ୍କ ପରିଚୟ ଚିହ୍ନଟ କରିବାକୁ ହେବ । ଏହି ପ୍ଲାଷ୍ଟିକ ବ୍ୟାଗ ଖୋଲିବା ନେଇ ବାରଣ କରାଯାଇଛି ।

ଏହାପରେ ଆଇନ ଶୃଙ୍ଖଳାକାରୀ ସଂସ୍ଥାର ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହକୁ ସମାଧି ସ୍ଥାନକୁ ନିଆଯିବ । ଯେଉଁଠାରେ ମୃତକଙ୍କ ପାଞ୍ଚରୁ ଅଧିକ ସମ୍ପର୍କୀୟଙ୍କୁ ଅନୁମତି ଦିଆଯିବା ନାହିଁ। ସମାଧିସ୍ଥଳରେ ସାମାଜିକ ଦୂରତା ରକ୍ଷା କରାଯିବା ସହ ଘନିଷ୍ଠ ପାରିବାରିକ ସମ୍ପର୍କୀୟଙ୍କୁ ସାମିଲ ପାଇଁ ଶେଷକୃତ୍ୟ ସଂପନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଅନୁମତି ମିଳିବ ।

ମୃତଦେହକୁ ସ୍ଥାନାନ୍ତର କରିବା ସମୟରେ ସମ୍ପୁର୍ଣ୍ଣ PPE ବ୍ୟବହାର କରିବାକୁ ହେବ । ଏହି କାର୍ଯ୍ୟ କର୍ମଚାରୀଙ୍କ ଦ୍ବାରା ପ୍ରତ୍ୟକ୍ଷ ପରିଚାଳନାରେ ସମ୍ପାଦନ ହେବ | ଶରୀରକୁ ଏକ ଲିକ୍ ପ୍ରୁଫ୍ ଜିପ୍ ହୋଇଥିବା ସ୍ବଚ୍ଛ ପ୍ଲାଷ୍ଟିକ୍ ବ୍ୟାଗରେ ଏକ ଡବଲ୍ ପ୍ୟାକିଂରେ ପ୍ୟାକ୍ କରାଯିବା ଉଚିତ ।

କୌଣସି ପ୍ରକାର ତରଳ ପଦାର୍ଥ ମୃତଶରୀର ସଂପର୍ଶରେ ନଆସିବା ନେଇ ଧ୍ୟାନ ଦେବାକୁ ହେବ । ଶରୀରକୁ ଯଥା ସମ୍ଭବ ବିଦ୍ୟୁତ ସଂଯୋଗ ଶ୍ମଶାନରେ ପୋଡି ଦିଆଯିବା ଆବଶ୍ୟକ । ତେବେ ଆବଶ୍ୟକ ସ୍ଥଳେ ଗାଇଡଲାଇନରେ ପରିଚାଳନାରେ ସାମାନ୍ୟ କମ କରାଯାଇପାରେ । ଧାର୍ମିକ ରୀତିନୀତିରେ ରହିଥିବା ଶରୀରକୁ ଛୁଇଁବା, ଚୁମ୍ବନ ଦେବା, ଗାଧୋଇବା, ଆଲିଙ୍ଗନ କରିବା ଇତ୍ୟାଦି ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.