ରାଞ୍ଚି: ଝାଡଖଣ୍ଡ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ନକ୍ସଲ ଆକ୍ରମଣ ହୋଇଛି । ମତଦାନ ଚାଲିଥିବା ସମୟରେ ମତଦାତାଙ୍କୁ ଭୟଭୀତ କରିବା ଲାଗି ନକ୍ସଲ ରାଜ୍ୟର ଗୁମଲା ଜିଲ୍ଲାର ବିଷ୍ଣୁପୁର ବିଧାନସଭା ଆସନ କ୍ଷେତ୍ର ଅଞ୍ଚଳରେ ଥିବା ଏକ ପୋଲକୁ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି।
ଏ ଘଟଣାରେ କ୍ଷୟକ୍ଷତି ହୋଇଥିବା ନେଇ କୌଣସି ଖବର ମିଳିନାହିଁ। ସେପଟେ ଆକ୍ରମଣ ଯୋଗୁଁ ମତଦାନ ପ୍ରକ୍ରିୟା ପ୍ରଭାବିତ ହୋଇନଥିବା ଡେପୁଟି କମିଶନର ରାଶି ରଞ୍ଜନ ଜଣାଇଛନ୍ତି। ଏହା ସହିତ ଭୋଟିଂ ପ୍ରକିୟା ଜାରି ରହିଥିବା ସେ କହିଛନ୍ତି।