ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ବିଟ କରି ରାଷ୍ଟ୍ରପତି ପୁଟିନଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଲେଖିଛନ୍ତ ମୋ ବନ୍ଧୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲି । ଭାରତ ଏବଂ ଋଷ ମଧ୍ୟରେ ଥିବା ସମ୍ପର୍କ ମଜବୁତ କରିବାରେ ତାଙ୍କର ଅପାର ବ୍ୟକ୍ତିଗତ ଅବଦାନକୁ ପ୍ରଶଂସା କରୁଛି ।
ଫୋନରେ ଦୁଇ ନେତା ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ମହାମାରୀ କୋରୋନା ଦ୍ବାରା ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜ ସମେତ ଉଭୟ ନେତା ଆଗାମୀ ଦିନରେ ଯୋଗାଯୋଗ ଜାରି ରହିବାକୁ ପ୍ରତିଶୃତିବଦ୍ଧ ହୋଇଛନ୍ତି । ସ୍ଥିତି ସ୍ବଭାବିକ ହେବା ପରେ ଯଥାଶୀଘ୍ର ଭାରତରେ ରାଷ୍ଟ୍ରପତି ପୁଟିନଙ୍କୁ ସ୍ବାଗତ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।