ETV Bharat / bharat

କାର୍ଯ୍ୟକାରିତା ନିୟମ ଉଲ୍ଲଂଘନ କରି ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ମିତ୍ରୋ ଆପ୍

ଟିକ୍ ଟକ ପରେ ବହୁ ଚର୍ଚ୍ଚିତ ଦେଶୀ ସଂସ୍କରଣ ମିତ୍ରୋ ଆପକୁ ବର୍ତ୍ତମାନ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। ସର୍ବନିମ୍ନ କାର୍ଯ୍ୟକାରିତା ନୀତି ଉଲ୍ଲଂଘନ କରିଥିବା ଅଭିଯୋଗରେ ଗୁଗୁଲ ଏପରି ପଦକ୍ଷେପ ଗ୍ରହଣ କରିଛି।

author img

By

Published : Jun 3, 2020, 3:07 PM IST

କାର୍ଯ୍ୟକାରିତା ନିୟମ ଉଲ୍ଲଂଘନ କରି ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ମିତ୍ରୋ ଆପ୍
କାର୍ଯ୍ୟକାରିତା ନିୟମ ଉଲ୍ଲଂଘନ କରି ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ମିତ୍ରୋ ଆପ୍

ନୂଆଦିଲ୍ଲୀ: ଟିକ୍ ଟକ ପରେ ବହୁ ଚର୍ଚ୍ଚିତ ଦେଶୀ ସଂସ୍କରଣ ମିତ୍ରୋ ଆପକୁ ବର୍ତ୍ତମାନ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। ସର୍ବନିମ୍ନ କାର୍ଯ୍ୟକାରିତା ନୀତି ଉଲ୍ଲଂଘନ କରିଥିବା ଅଭିଯୋଗରେ ଗୁଗୁଲ ଏପରି ପଦକ୍ଷେପ ଗ୍ରହଣ କରିଛି।

ଗୁଗୁଲର ନୀତି ଅନୁଯାୟୀ, ଏକ ଆପ୍ "ଅନନ୍ୟ ବିଷୟବସ୍ତୁ କିମ୍ବା ସେବା ସୃଷ୍ଟି ମାଧ୍ୟମରେ ଉପଭୋକ୍ତାମାନଙ୍କୁ ସେବା ପ୍ରଦାନ କରିବା ଉଚିତ୍। ହେଲେ ସମାନ ବିଷୟବସ୍ତୁ ଓ ଅନ୍ୟ ଆପକୁ ନକଲ କରି ସମାନ ଅନୁଭୂତି ପ୍ରଦାନ କଲେ ଏହାକୁ ଗୁଗଲ ତାର ପ୍ଲେ ଷ୍ଟୋରରେ ସ୍ଥାନ ଦିଏ ନାହିଁ।''

ମିତ୍ରୋ ଆପ୍ ହେଉଛି ଟିକଟକର ରି -ପ୍ୟାକେଜ୍ଡ ଭର୍ସନ ବୋଲି ଟିକଟକ୍ କ୍ଲୋନରେ ଖବର ପ୍ରକାଶ ପାଇବା ପରେ ଗୁଗଲ ତାର ପ୍ଲେ ଷ୍ଟୋରରୁ ଏହି ଆପ୍ ଅପସାରଣ କରି ଦେଇଛି। ବ୍ୟବହାରକାରୀଙ୍କୁ ଛୋଟ ଭିଡିଓ ତିଆରି କରିବାକୁ ଅନୁମତି ଦେଉଥିବା ଏହି ଆପର ପାକିସ୍ତାନୀ ଲିଙ୍କ ଥିବା ଦେଖାଯାଉଛି। କାରଣ ଏହି ଆପର ମୂଳ କୋଡ୍ ପାକିସ୍ତାନ ଡେଭଲପର୍ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।

ଲଦାଖରେ ସୀମାନ୍ତ ତିକ୍ତତା ଓ କୋରୋନା ଭାଇରସ ନେଇ ଦେଶରେ ଚୀନ୍ ବିରୋଧୀ ମନୋଭାବ ପଛରେ ଭାରତରେ ମିତ୍ରୋ ଆପ୍ର ଲୋକପ୍ରିୟତା ବୃଦ୍ଧି ପାଇଲା। ତେଣୁ ବର୍ତ୍ତମାନ ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟାଯାଇଥିବା ଏହି ଆପକୁ ପୁନର୍ବାର ରଖାଯିବା କୌଣସି ବଡ କଥା ନୁହେଁ।

ଯଦି ଆପ୍ ନିର୍ମାତାମାନେ ବିଶ୍ବାସ କରନ୍ତି ଯେ ଏହା ମୌଳିକ ମାନକ ପୂରଣ କରେ, ତେବେ ସେମାନେ ଆପର ନିଲମ୍ବନ ବିରୁଦ୍ଧରେ ଗୁଗୁଲକୁ ଆବେଦନ କରି ଜଣାଇ ପାରିବେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.