ETV Bharat / bharat

ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଯୋଡି ହେଲା 5 ନୂଆ ଭାରତୀୟ ଭାଷା - ମାଇକ୍ରୋସଫ୍ଟର ଟ୍ରାନ୍ସଲେଟର

'ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର' ପାଞ୍ଚଟି ଅତିରିକ୍ତ ଭାଷାରେ ରିଅଲ୍ ଟାଇମ୍ ଅନୁବାଦ ପ୍ରଦାନ କରିବ। ଭାଷା ଗୁଡିକ ହେଲା ଗୁଜୁରାଟୀ, ମରାଠୀ, କନ୍ନଡ, ମାଲାୟାଲମ୍ ଏବଂ ପଞ୍ଜାବୀ।

translator-service
ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଯୋଡି ହେଲା 5 ନୂଆ ଭାରତୀୟ ଭାଷା
author img

By

Published : Apr 17, 2020, 2:54 PM IST

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ଇଣ୍ଡିଆର ବଡ ଘୋଷଣା। ବର୍ତ୍ତମାନ 'ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର' ପାଞ୍ଚଟି ଅତିରିକ୍ତ ଭାଷାରେ ରିଅଲ୍ ଟାଇମ୍ ଅନୁବାଦ ପ୍ରଦାନ କରିବ। ସେହି ସବୁ ଭାଷା ଗୁଡିକ ହେଲା ଗୁଜୁରାଟୀ, ମରାଠୀ, କନ୍ନଡ, ମାଲାୟାଲମ୍ ଏବଂ ପଞ୍ଜାବୀ। ବର୍ତ୍ତମାନ ଏହି 10 ଟି ସମର୍ଥିତ ଭାରତୀୟ ଭାଷା ସହ ବଙ୍ଗାଳୀ, ହିନ୍ଦୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ଭାଷା ମଧ୍ୟ ରହିଛି।

ଏହା ସହିତ, ଏହି ସେବା ବର୍ତ୍ତମାନ 90% ରୁ ଅଧିକ ଭାରତୀୟଙ୍କୁ ବିଭିନ୍ନ ସୂଚନା ତଥା ସେମାନଙ୍କ ମାତୃଭାଷା / ପସନ୍ଦିଦାର ଭାଷାରେ କାର୍ଯ୍ୟ କରିବାକୁ ଅନୁମତି ଦେବ। ଯାହାକି କମ୍ପ୍ୟୁଟିଂ ଭାଷା-ଏଗ୍ନୋଷ୍ଟିକ୍ ଏବଂ ଦେଶରେ ଅଧିକ ବ୍ୟବହୃତ ହେବ।

ମାଇକ୍ରୋସଫ୍ଟ ଇଣ୍ଡିଆର ଟ୍ୱିଟରେ ଉଲ୍ଲେଖ କରାଯାଇଛି ଯେ, ଏ ସମସ୍ତ ଭାଷା ସହିତ ଗୁଜୁରାଟୀ, ମରାଠୀ, କନ୍ନଡ, ମାଲାୟାଲମ୍ ଏବଂ ପଞ୍ଜାବୀ, ମାଇକ୍ରୋସଫ୍ଟ ଅନୁବାଦକ ବର୍ତ୍ତମାନ 10 ଟି ଭାରତୀୟ ଭାଷାକୁ ଏଆଇ ଚାଳିତ ରିଅଲ୍ ଟାଇମ୍ ଅନୁବାଦ କରିବାକୁ ସପୋର୍ଟ କରୁଛି।

ଏହି ଆପ୍ ସମସ୍ତ ଟ୍ରାନ୍ସଲେଟ ଭାଷା, ବକ୍ତବ୍ୟ ଏବଂ ଫଟୋକୁ ଚିହ୍ନିପାରେ଼ ଏବଂ ଅନୁବାଦ କରିପାରିବ। ମାଇକ୍ରୋସଫ୍ଟ ଅଫିସ୍ 365 ଏବଂ ସ୍ବିଫ୍ଟ କି ବୋର୍ଡରେ ମଧ୍ୟ ଏହି ଭାଷାଗୁଡ଼ିକ ସପୋର୍ଟ ବାହାର କରୁଛି ।

ବିଭିନ୍ନ ସଂଗଠନ ଗୁଡିକ ପାଇଁ, ମାଇକ୍ରୋସଫ୍ଟ ଆଜୁର୍ ଉପରେ ଏକ ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍ (API) ପ୍ରଦାନ କରିବ। ଯାହା ଦ୍ବାରା ବିଭିନ୍ନ ଦେଶ ବିଶ୍ବ ସ୍ତରରେ ନିଜ ଭାଷାରେ ବ୍ୟବସାୟ ଚଳାଇବା ପାଇଁ ବ୍ୟବହାର କରିପାରିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.