ଶ୍ରୀନଗର: ଦୀର୍ଘ 8 ମାସ ନଜର ବନ୍ଦୀ ହେବା ପରେ ମୁକ୍ତ ହେବାକୁ ଯାଉଛନ୍ତି ମେହବୁବା ମୁଫ୍ତି । ଜନ ସୁରକ୍ଷା ଆଇନ (PSA) ଅନୁଯାୟୀ ପ୍ରାୟ ଆଠ ମାସ ନଜର ବନ୍ଦୀ ହୋଇ ରହିବା ପରେ ବୁଧବାର ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ କେନ୍ଦ୍ର ଟେରିଟୋରୀ ଗୃହ ବିଭାଗ ପ୍ରତ୍ୟାହାର କରିବାର ସମ୍ଭାବନା ରହିଛି । ମୁଫତିଙ୍କ ବିରୋଧରେ ହୋଇଥିବା ଆଦେଶ ପ୍ରତ୍ୟାହାର କରାଯିବା ସହ ଆନୁଷ୍ଠାନିକତା ସମାପ୍ତ ହେବା ପରେ ତାଙ୍କୁ ମୁକ୍ତ କରାଯିବ।
ଗତ 5 ଅଗଷ୍ଟ 2019 ରେ ଜମ୍ମୁକାଶ୍ମୀରରୁ ଧାରା 370 ଓ 35A ହଟାଯିବା ସହ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବା ପରେ ସେଠାକାର ପରିସ୍ଥିତି ବିଗିଡ଼ିଯାଇଥିଲା । ତେବେ ସେଠାକାର ପରିସ୍ଥିତିକୁ ଲକ୍ଷ୍ୟ କରି ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲାଙ୍କ ସହ ମୁଫତିଙ୍କୁ ପୋଲିସ ହେପାଜତରେ ନେଇଥିଲା । ଫାରୁକ୍ ଅବଦୁଲ୍ଲା ଚଳିତ ମାସ ଆରମ୍ଭରେ ମୁକ୍ତ ହୋଇଥିବାବେଳେ ତାଙ୍କ ପୁଅ ଓମାରଙ୍କୁ ମଙ୍ଗଳବାର ଦିନ ମୁକ୍ତ କରାଯାଇଛି।
@ IANS