ETV Bharat / bharat

ଗଲୱାନରେ ଶହୀଦ ଯବାନଙ୍କୁ ମମତା ଦେବେ 5 ଲକ୍ଷ, ପରିବାରର ଜଣଙ୍କୁ ଚାକିରୀ

ଗଲୱାନ ଉପତ୍ୟକାରେ ଶହୀଦ ହୋଇଥିବା ପଶ୍ଚିମବଙ୍ଗର ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Jun 17, 2020, 7:55 PM IST

ବୀର ଯବାନଙ୍କ ପାଇଁ ସହାୟତା ଘୋଷଣା କଲେ ମମତା
ବୀର ଯବାନଙ୍କ ପାଇଁ ସହାୟତା ଘୋଷଣା କଲେ ମମତା

କୋଲକାତା: ଗଲୱାନ ଉପତ୍ୟକାରେ ଶହୀଦ ହୋଇଥିବା ପଶ୍ଚିମବଙ୍ଗର ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥିସହ ଶହୀଦଙ୍କ ପରିବାରରୁ ଜଣକୁ ସରକାରୀ ଚାକିରି ଦିଆଯିବ ବୋଲି ମମତା ପ୍ରତିଶ୍ରୁତି ଦେଇଛନ୍ତି ।

ଗଲୱାନ ଉପତ୍ୟକାରେ ଚୀନ ସହିତ ଲଢ଼ି ଭାରତର ଜଣେ କର୍ଣ୍ଣେଲଙ୍କ ସହିତ 20 ଜଣ ଯବାନ ଶହୀଦ ହୋଇଛନ୍ତି । ଏଥିରେ ପଶ୍ଚିମବଙ୍ଗରୁ ଦୁଇ ଜଣ ଯବାନ ରହିଛନ୍ତି । ଶହୀଦ ଦୁଇ ଯବାନ ହେଲେ ବୀରଭୂମ ଜିଲ୍ଲା ବେଲଗୋରିଆ ଗାଁର ରାଜେଶ ଓରାଙ୍ଗ ଏବଂ ଅଲିପୁରଦୁଆର ବିନ୍ଦିପରା ଗାଁର ବିପୁଲ ରୟ ।

ଯବାନମାନେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ସରକାର ଯେଉଁ ସହାୟତା ଘୋଷଣା କରିଛନ୍ତି ତା'ଠୁ ଅଧିକ ତାଙ୍କର ବଳିଦାନ ବୋଲି ମମତା ଟୁଇଟ୍ କରି କହିଛନ୍ତି । ମାଟିର ପୁଅର ଏଭଳି ଦୁଃଖଦ ସମୟରେ ଆମେ ସମସ୍ତେ ତାଙ୍କ ସହିତ ରହିଛୁ ବୋଲି ମମତା କହିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.