ETV Bharat / bharat

ଲଗାତର ଭୂକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା 6.3 - Japan

ଭୂକମ୍ପରେ ଥରିଲା ଜାପାନ । ରିକ୍ଟର ସ୍କେଲରେ ଭୂକମ୍ପର ତ୍ରୀବତା 6.3 ଥିବା ଆମେରିକା ଭୂତତ୍ତ୍ୱବିଦ ସୂଚନା ଦେଇଛନ୍ତି । ତେବେ ଲଗାତର ହୋଇଥିବା ଏହି ଭୂକମ୍ପ ଫଳରେ ସୁନାମିର କୌଣସି ଆଶଙ୍କା ନଥିବା ଖବର ମିଳିଛି ।

ଫାଇଲ ଫଟୋ
author img

By

Published : May 10, 2019, 11:15 AM IST

ଟୋକିଓ: ଭୂକମ୍ପରେ ଥରିଲା ଜାପାନ। ରିକ୍ଟର ସ୍କେଲରେ ଭୂକମ୍ପର ତ୍ରୀବତା 6.3 ଥିବା ଆମେରିକା ଭୂତତ୍ତ୍ୱବିଦ ସୂଚନା ଦେଇଛନ୍ତି । ତେବେ ଲଗାତର ହୋଇଥିବା ଏହି ଭୂକମ୍ପ ଫଳରେ ସୁନାମିର କୌଣସି ଆଶଙ୍କା ନଥିବା ଖବର ମିଳିଛି । ଏହି ଶକ୍ତିଶାଳୀ ଭୂକମ୍ପ ଗୁରୁବାର ସକାଳ 8.48 ମିନିଟରେ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ମିଆଜିକ ସହରରେ ରହିଛି।

ତେବେ ଭୂକମ୍ପ ପରେ ପାଣିପାଗ ବିଭାଗ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଏହାପରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସମାନ ଦିନରେ ପ୍ରଥମ ଭୂକମ୍ପଟି ଦିନ 9.07 ରେ 5.1 ତୀବ୍ରତାର ଅନୂଭୁତ ହୋଇଥିଲା । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସ୍ଥାନୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ଜାପାନ ହେଉଛି ଭୂକମ୍ପ ପ୍ରବଣ ରାଷ୍ଟ୍ର।ଏହା 4ଟି ଟେକଟୋନେକ୍ ପ୍ଲେଟ ମଧ୍ୟରେ ଅବସ୍ଥିତ। ଏହାସହ ଏଠାରେ ଥିବା ପ୍ଲେଟ ଗୁଡିକ ସର୍ବଦା ପରସ୍ପର ବାଡେଇ ହୋଇଥାନ୍ତି। ଯାହାଫଳରେ ପ୍ରତିବର୍ଷ ଏଠାରେ ଭୂକମ୍ପର ଝଟକା ଅନୁଭୂତ ହୋଇଥାଏ ।

see the attachment
visuals and bytes by MOJO
tirthabashi panda 
subarnapur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.