ETV Bharat / bharat

ହାତ, ଗୋଡ ନଥିବା ବିରଳ ଶିଶୁ ଜନ୍ମ, ଫଟୋ ଭାଇରାଲ

author img

By

Published : Jun 29, 2020, 11:58 PM IST

ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ହାତ, ଗୋଡ ନଥିବା ଶିଶୁ ଜନ୍ମ ହୋଇଛି । ଏହି ନବଜାତ ଶିଶୁକୁ ଦେଖି ପରିବାର ସମେତ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ହାତ, ଗୋଡ ନଥିବା ବିରଳ ଶିଶୁ ଜନ୍ମ, ଫଟୋ ଭାଇରାଲ
ହାତ, ଗୋଡ ନଥିବା ବିରଳ ଶିଶୁ ଜନ୍ମ, ଫଟୋ ଭାଇରାଲ

ଭୋପାଳ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଏକ ଶିଶୁ ଜନ୍ମ ହୋଇଛି, ଯାହାର ଶରୀର ଆକୃତି ଅସାଧାରଣ । ଏହି ନବଜାତ ଶିଶୁକୁ ଦେଖି ପରିବାର ସମେତ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଛନ୍ତି । ଜୁନ୍ 26 ରେ ଜନ୍ମ ହୋଇଥିବା ଏହି ଝିଅଟିର ଶରୀରରେ କେବଳ ମୁଣ୍ଡ ଏବଂ ଗଣ୍ଡି ଅଛି । ଶରୀରରେ ହାତ କିମ୍ବା ଗୋଡ ନାହିଁ ଏବଂ ଏଭଳି ଅସାଧାରଣ ଶିଶୁକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଏକ ବିରଳ ରୋଗ ।

ଏହି ଶିଶୁ କନ୍ୟା ଜୁନ 26 ଶୁକ୍ରବାର ରାତିରେ ବିଦିଶାସ୍ଥିତ ସିରୋଞ୍ଜ ତହସିଲର ସାଙ୍କଲା ଗ୍ରାମରେ ଜନ୍ମ ହୋଇଥିଲା । ଶିଶୁର ଶରୀରରେ ହାତ ଏବଂ ଗୋଡ ନଥିବାକୁ ଡାକ୍ତରମାନେ ଟେଟ୍ରା-ଆମେଲିଆ ସିଣ୍ଡ୍ରୋମ ରୋଗ ବୋଲି କହିଛନ୍ତି । ସୋସିଆଲ ମିଡିଆରେ ଶିଶୁ କନ୍ୟାର ଫୋଟ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁଯାୟୀ, ସିରୋଞ୍ଜର ସରକାରୀ ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି ଯେ ଶିଶୁର ଶରୀରରେ ଏହି ଅଙ୍ଗର ଅଭାବ ବ୍ୟତୀତ ଅନ୍ୟ କୌଣସି ଅସୁବିଧା ନାହିଁ ଏବଂ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଅଛି । ରିପୋର୍ଟରେ ଦର୍ଶାଯାଇଛି ଯେ ଶିଶୁଟି ତାଙ୍କ ଜେଜେମା’ଙ୍କ ଘରେ ଜନ୍ମ ହୋଇଥିଲେ ଏବଂ ଶିଶୁର ପରିବାର ଡାକ୍ତରଖାନା ନେବାକୁ ଚାହୁଁନାହାଁନ୍ତି । ସେମାନେ ବିଶ୍ବାସ କରନ୍ତି ଯେ ଏହା ହେଉଛି ଭଗବାନଙ୍କ ଦାନ ।

1 ଲକ୍ଷ ନବଜାତ ଶିଶୁଙ୍କ ମଧ୍ୟରୁ କେବଳ ଜଣଙ୍କ ଠାରେ ଏହି ରୋଗ ଦେଖାଯାଏ । ଏହା ଏକ ଜେନେଟିକ୍ ରୋଗ, ଯେଉଁଥିରେ ଶରୀରର କିଛି ଅଂଶ ନିର୍ମାଣ ହୋଇନଥାଏ କିମ୍ବା ସେଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଗଠିତ ହୋଇନଥାଏ । ତେବେ ପରିବାର ଦାବି କରିଛନ୍ତି ଯେ ତାଙ୍କ ପରିବାରର କୌଣସି ସଦସ୍ୟ ଏପରି ବିନା ଅଙ୍ଗରେ ଜନ୍ମ ହୋଇନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.