ଆଜି ଲୋକସଭାରେ ଟ୍ରିପଲ ତଲାକ ବିଲ, ବିଜେପିର ହ୍ୱିପ ଜାରି - lok-sabha-likely-to-take-triple-talaq-bill
ଆଜି ଲୋକସଭାରେ ଟ୍ରିପଲ ତଲାକ ବିଲ ପାରିତ ହୋଇପାରେ । ଏଥିପାଇଁ ବିଜେପି ପାର୍ଟିର ସମସ୍ତ ସାଂସଦଙ୍କୁ ସଂସଦରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରାଯାଇଛି ।
![ଆଜି ଲୋକସଭାରେ ଟ୍ରିପଲ ତଲାକ ବିଲ, ବିଜେପିର ହ୍ୱିପ ଜାରି](https://etvbharatimages.akamaized.net/etvbharat/prod-images/768-512-3937832-thumbnail-3x2-tin-talak.jpg?imwidth=3840)
ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇପାରେ ତିନି ତଲାକ ବିଲ । ମିଳିଥିବା ଅଧିକାରୀଙ୍କ ଖବର ମୁତାବକ ବୁଧବାର ଭାରତୀୟ ଜନତା ପାର୍ଟି କ୍ଷମତାସୀନ ନିଜ ସମସ୍ତ ସାଂସଦଙ୍କୁ ସଂସଦରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରି ସଦନରେ ସମସ୍ତଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ କୁହାଯାଇଛି ।
ଏକାଥରେ ତିନି ତଲାକ କହି ତଲାକ ଦେଉଥିବା (ତଲାକ-ଏ-ବିଦତ)କୁ ଅପରାଧ ବୋଲି ବିବେଚନା କରିବା ସହ ଏଭଳି କରୁଥିବା ଦୋଷୀଙ୍କୁ ଜେଲ ଦଣ୍ଡ ଦିଆଯିବା ଭଳି ଆଇନ ବ୍ୟବସ୍ଥା କରିବାକୁ କୁହାଯାଇଛି । ଗତ ମେ ମାସରେ ମୋଦି ସରକାରଙ୍କ 2.0 ପାଳି ଆରମ୍ଭ କରିଥିଲେ । ନିଜ ଦ୍ୱିତୀୟ ଇଂନିସ ଆରମ୍ଭ କରିବା ପରେ ସଂସଦରେ ତିନି ତଲାକ ବିଲକୁ ପ୍ରଥମେ ଉପସ୍ଥାପିତ କରାଯାଇଥିଲା ।
ମାତ୍ର ଅନେକ ବିରୋଧୀ ଦଳ ପ୍ରସ୍ତାବକୁ କଡା ବିରୋଧ କରିଥିଲେ । ହେଲେ ଏହାକୁ ନେଇ ସରକାରଙ୍କ କହିବା କଥା, ଏହା ବିଧେୟକ ଲିଙ୍ଗଗତ ସମାନତା ଏବଂ ନ୍ୟାୟିକ । ତେଣୁ ଏହି ବିଲକୁ ପାସ କରିବାରେ କୌଣସି ସମସ୍ୟା ନାହିଁ ।
TESTING 123
Conclusion: