ETV Bharat / bharat

ମୁମ୍ବାଇ ଉପାନ୍ତ ଟ୍ରେନରେ ଯାତ୍ରା ପାଇଁ ଆଇନଜୀବୀଙ୍କୁ ଅନୁମତି - କେନ୍ଦ୍ରୀୟ ଓ ପଶ୍ଚିମ ରେଳବାଇର ମିଳିତ ବିବୃତ୍ତି

ବିଭିନ୍ନ କୋର୍ଟରେ ଅଭ୍ୟାସ କରୁଥିବା ଆଇନଜୀବୀ ଓ ପଞ୍ଜିକୃତ କିରାଣୀଙ୍କୁ ସ୍ବତନ୍ତ୍ର ମୁମ୍ବାଇ ଉପାନ୍ତ ସହର ଟ୍ରେନରେ ଯାତ୍ରା କରିବାକୁ ଅନୁମତି । ଆଜି ଠାରୁ ନଭେମ୍ବର 23 ଯାଏଁ ଏହି ଟ୍ରେନ ସେବା ଉପଲବ୍ଧ ହେବ । ଅଧିକ ପଢନ୍ତୁ...

Lawyers permitted to travel in special Mumbai suburban trains
ମୁମ୍ବାଇ ଉପାନ୍ତ ଟ୍ରେନରେ ଯାତ୍ରା କରିବାକୁ ଆଇନଜୀବୀଙ୍କୁ ଅନୁମତି
author img

By

Published : Oct 27, 2020, 10:39 AM IST

Updated : Oct 27, 2020, 1:12 PM IST

ମୁମ୍ବାଇ: ବିଭିନ୍ନ କୋର୍ଟରେ ଅଭ୍ୟାସ କରୁଥିବା ଆଇନଜୀବୀ ଓ ପଞ୍ଜିକୃତ କିରାଣୀଙ୍କୁ ସ୍ବତନ୍ତ୍ର ମୁମ୍ବାଇ ଉପାନ୍ତ ସହର ଟ୍ରେନରେ ଯାତ୍ରା କରିବାକୁ ଅନୁମତି । ଆଜି(ମଙ୍ଗଳବାର) ଠାରୁ ନଭେମ୍ବର 23 ଯାଏଁ ଏହି ଟ୍ରେନ ସେବା ପ୍ରଦାନ କରାଯିବ । ଏନେଇ ସୋମବାର ରାତିରେ କେନ୍ଦ୍ରୀୟ ରେଳବାଇ ଓ ପଶ୍ଚିମ ରେଳବାଇର ମିଳିତ ବିବୃତ୍ତିରେ ଘୋଷଣା କରାଯାଇଛି ।

କେନ୍ଦ୍ରୀୟ ରେଳବାଇ ଏବଂ ପଶ୍ଚିମ ରେଳବାଇର ମିଳିତ ପ୍ରକାଶନରେ କୁହାଯାଇଛି ଯେ, କାର୍ଯ୍ୟ ଦିବସର ସକାଳ 8 ଟାରୁ ଏହି ସେବା ଆରମ୍ଭ ହେବ । ସକାଳ 11 ରୁ ଅପରାହ୍ନ 4 ଟା ଏବଂ ସନ୍ଧ୍ୟା 7 ପର ଠାରୁ ଅଭ୍ୟାସରତ ଆଇନଜୀବୀ ଓ କିରାଣୀମାନେ ଏହି ସେବା ଉପଭୋଗ କରିପାରିବେ । ତେବେ ଯାତ୍ରା କରିବାକୁ ମାସିକ ପାସ୍ ଦିଆଯିବ ନାହିଁ । ପ୍ରତି ଥର ଯାତ୍ରା ପାଇଁ ଯାତ୍ରୀଙ୍କୁ ଅଲଗା ଟିକେଟ କିଣିବାକୁ ପଡିବ ଏବଂ ସଠିକ୍ ପରିଚୟ ପ୍ରମାଣପତ୍ର ଆଧାରରେ ହିଁ ଏହି ଟିକେଟ ଦିଆଯିବ । ଗତ ସପ୍ତାହରେ ମଧ୍ୟ ରେଳବାଇ ପକ୍ଷରୁ କାର୍ଯ୍ୟ ଦିବସରେ ମହିଳାଙ୍କୁ ସ୍ବତନ୍ତ୍ର ଉପାନ୍ତ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଥିଲା ।

ତେବେ ଯାତ୍ରା ସମୟରେ ଯାତ୍ରୀଙ୍କୁ କୋଭିଡ-19ର ସମସ୍ତ ସାମାଜିକ ଓ ଡାକ୍ତରୀ ପ୍ରୋଟୋକଲକୁ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି । କୋରୋନାକୁ ନେଇ ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ସମସ୍ତ ଗାଇଡଲାଇନ୍ସ ଯେପରିକି ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ବାରମ୍ବାର ହାତକୁ ସାନିଟାଇଜ କରିବା ଇତ୍ୟାଦିକୁ ବାଧ୍ୟତାମୂଳକ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 27, 2020, 1:12 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.