ETV Bharat / bharat

ରାଷ୍ଟ୍ରପତି କୋବିନ୍ଦଙ୍କୁ ଧନ୍ୟବାଦ ଜଣାଇଲେ କୁମାରସ୍ବାମୀ

ରାଷ୍ଟ୍ରପତି କୋବିନ୍ଦଙ୍କୁ କୁମାରସ୍ବାମୀଙ୍କ ଧନ୍ଯବାଦ । କୃଷକ ଋଣ ଛାଡ଼ ଆଇନକୁ ରାଷ୍ଟ୍ରପତି ମୋହର ମାରିଥିବାରୁ ସାମ୍ବାଦିକ ସମ୍ମିଳନୀରେ ଧନ୍ଯବାଦ ଦେଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ।

author img

By

Published : Jul 24, 2019, 6:30 PM IST

ଫଟୋ ସୌଜନ୍ୟ: ଏଏନ୍ଆଇ

ବେଙ୍ଗାଲୁରୁ: ସରକାର ଭୁଶୁଡ଼ିବା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡ଼ି କୁମାରସ୍ବାମୀ । ସେ ସାମ୍ବାଦିକ ସମ୍ମିଳନୀ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜଣାଇଛନ୍ତି ଧନ୍ୟବାଦ । କୃଷି ଋଣ ଛାଡ ପ୍ରସ୍ତାବ ଉପରେ ମୋହର ମାରିଥିବାରୁ କୁମାରସ୍ବାମୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲି, କୃଷି ଋଣ ଛାଡ ନେଇ ମୋ ସରକାର ନିଷ୍ପତ୍ତି ନେଇଥିଲା । ଏଥିପାଇଁ ଆମେ ଋଣ ଛାଡ ଆଇନ ଆଣିବାକୁ ଯୋଜନା କରିଥିଲୁ । ଯାହା ଦ୍ବାରା ଭୂମିହୀନ ଶ୍ରମିକ ଏବଂ କ୍ଷୁଦ୍ର ଚାଷୀମାନେ ଉପକୃତ ହୋଇପାରିବେ । ଏହି ପ୍ରସ୍ତାବ ରାଷ୍ଟ୍ରପତି କୋବିନ୍ଦଙ୍କ ନିକଟକୁ ପଠାଇଥିଲୁ, ସେ ଏହି ପ୍ରସ୍ତାବକୁ ମୋହର ମାରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି କୁମାରସ୍ବାମୀ ।

Intro:Body:

testing 456

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.