ETV Bharat / bharat

କେରଳ ସୁନା ଚୋରାଚାଲାଣ ମାମଲା: ସ୍ବପ୍ନା ସୁରେଶଙ୍କୁ 4 ଦିନ ପାଇଁ ନିଜ ହେପାଜତରେ ନେଲା ଏନଆଇଏ

author img

By

Published : Sep 22, 2020, 3:47 PM IST

ବହୁ ଚର୍ଚ୍ଚିତ କେରଳ ସୁନା ଚୋରାଚାଲାଣ ମାମଲାରେ ସ୍ବପ୍ନା ସୁରେଶଙ୍କୁ ଏନଆଇଏ 4 ଦିନ ପାଇଁ ନିଜ ହେପାଜତରେ ନେଇଛି । ଏହି ଘଟଣାରେ ମୋଟ 5 ଜଣଙ୍କୁ ଏନଆଇଏ ନିଜ ହେପାଜତରେ ନେଇ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

କେରଳ ସୁନା ଚୋରାଚାଲାଣ ମାମଲା: ସ୍ବପ୍ନା ସୁରେଶଙ୍କୁ  4 ଦିନପାଇଁ  ନିଜ ହେପାଜତରେ ନେଲା ଏନଆଇଏ

ଥିରୁଅନନ୍ତପୁରମ: କେରଳ ସୁନା ଚୋରାଚାଲାଣ ମାମଲାରେ ସ୍ବପ୍ନା ସୁରେଶଙ୍କୁ ଅଧିକ ତଦନ୍ତ ପାଇଁ 4 ଦିନ ନିଜ ହେପାଜତରେ ନେଲା ଏନଆଇଏ । ଏହି ଘଟଣାରେ ମୋଟ 5 ଜଣଙ୍କୁ ତଦନ୍ତକାରୀ ଦଳ ଗିରଫ କରି ତଦନ୍ତ କରୁଛି ।

କୋଚି ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା (ଏନଆଇଏ) ବହୁ ଚର୍ଚ୍ଚିତ କେରଳ ସୁନା ଚୋରାଚାଲାଣ ମାମଲାରେ ସ୍ବପ୍ନା ସୁରେଶଙ୍କୁ 4 ଦିନ ପାଇଁ ନିଜ ହେପାଜତରେ ନେଇଛି । ଏହି ଘଟଣାରେ ଏନଆଇଏ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ କଷ୍ଟମ୍ସ ଦ୍ବାରା ତଦନ୍ତ କରାଯାଉଛି । କେରଳ ସୁନା ଚୋରା ଚାଲାଣ ମାମଲା କୂଟନୈତିକ ଜରିଆରେ ରାଜ୍ୟରେ ସୁନା ଚୋରା ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି ।

ସୂଚନା ଥାଉକି ଗତ ଜୁଲାଇ 5 ତାରିଖରେ କେରଳର ଥିରୁଅନନ୍ତପୁରମରେ କଷ୍ଟମ ବିଭାଗ ପକ୍ଷରୁ ଚଢାଉ କରାଯାଇ 30 କେଜି ସୁନା ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ 14.82 କୋଟି ଟଙ୍କା ହେବ । ଏହି ଘଟଣାରେ କେରଳ ସରକାରଙ୍କ ସଂପୃକ୍ତିକୁ ନେଇ ରାଜ୍ୟ ରାଜନୀତିରେ ବିରୋଧୀ ଦଳ ଗୁଡିକ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଥିଲେ । ଏହା ପରେ ଏହି ଘଟଣାର ତଦନ୍ତକୁ ତ୍ବରନ୍ବିତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.