ETV Bharat / bharat

ରେଡ ଜୋନ ବ୍ୟକ୍ତିଙ୍କ ପାଇଁ ବାଧ୍ୟତାମୂଳକ 14 ଦିନିଆ କ୍ବାରେଣ୍ଟାଇନ: କେରଳ ମୁଖ୍ୟମନ୍ତ୍ରୀ

author img

By

Published : May 9, 2020, 3:41 PM IST

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ଭିଜୟନ କହିଛନ୍ତି ଯେ ରେଡ ଜୋନରୁ ଆସୁଥିବା ସମସ୍ତ ଲୋକଙ୍କୁ ସିଧାସଳଖ ଚେକ ପୋଷ୍ଟରୁ 14 ଦିନ ବାଧ୍ୟତାମୂଳକ ଭାବରେ କ୍ବାରେଣ୍ଟାଇନରେ ରହିବାକୁ ପଡିବ । ଅଧିକ ପଢନ୍ତୁ...

ରେଡ ଜୋନରୁ ଆସୁଥିବା ବ୍ୟକ୍ତି 14 କ୍ବାରେନଣ୍ଟାଇନରେ ରହିବାକୁ ବାଧ୍ୟ: କେରଳ ମୁଖ୍ୟମନ୍ତ୍ରୀ

ଥିରୁଅନନ୍ତପୂରମ: ଭାରତର ସବୁଠାରୁ ବଡ ପ୍ରତ୍ୟାବର୍ତ୍ତନ ବନ୍ଦେ ଭାରତ ମିଶନ ଗତକାଲିଠୁ ଆରମ୍ଭ ହୋଇଯାଇଛି । ତେବେ ଏନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ଭିଜୟନ କହିଛନ୍ତି ଯେ ରେଡ ଜୋନରୁ ଆସୁଥିବା ସମସ୍ତ ଲୋକଙ୍କୁ ସିଧାସଳଖ ଚେକ ପୋଷ୍ଟରୁ 14 ଦିନ ବାଧ୍ୟତାମୂଳକ ଭାବରେ କ୍ବାରେଣ୍ଟାଇନରେ ରହିବାକୁ ପଡିବ ।

ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସଂଯୁକ୍ତ ରାଷ୍ଟ୍ରରୁ ଦୁଇଟି ବିମାନ ଏବଂ ସାଉଦି ଆରବରୁ ଗୋଟିଏ ବିମାନ ଶୁକ୍ରବାର ଦିନ କେରଳରେ ପହଞ୍ଚିଛି । ତାଙ୍କ କହିବାନୁସାରେ, ଆବୁଧାବିରୁ କୋଚି ଅଭିମୁଖେ ବିମାନଟି ଚାରି ଶିଶୁ, 10 ବର୍ଷରୁ କମ୍ 15 ପିଲା ଏବଂ 49 ଗର୍ଭବତୀ ମହିଳାଙ୍କ ସମେତ 181 ଜଣ ଯାତ୍ରୀଙ୍କ ସହ ଆସିଥିବାବେଳେ ଦୁବାଇରୁ କୋଜିକୋଡେ ଅଭିମୁଖେ ବିମାନରେ 182 ଜଣ ଯାତ୍ରୀ ଥିଲେ।

ରିୟାଦରୁ କୋଜିକୋଡେକୁ ଆଉ ଏକ ବିମାନରେ 149 ଜଣ ବିଦେଶୀ ଥିଲେ। ଏଥିସହ ସେ କହିଛନ୍ତି ଯେ ଦୋହାରୁ ଏକ ବିମାନ ଥିରୁଅନନ୍ତପୁରମ୍, ତିରୁବନ୍ତପୁରମ୍, କନ୍ୟାକୁମାରୀ, କୋଲାମ, ଆଲାପୁରା ଏବଂ ପଠାନାମଥିଟା ଜିଲ୍ଲାର ଲୋକଙ୍କ ସହ ରବିବାର ଦିନ ଥିରୁବନନ୍ତପୁରମରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

ସିଏମଙ୍କ କହିବାନୁସାରେ, ଲକଡାଉନ କାରଣରୁ ଅନ୍ୟ ରାଜ୍ୟରେ ପାଖାପାଖି 86,679 ମାଲାୟାଲିସ ପାସ୍ ପାଇଁ ପଞ୍ଜୀକୃତ କରିଛନ୍ତି । ସେଥିମଧ୍ୟରୁ 37,891 ଜଣ ରେଡ ଜୋନରୁ ଆସିଛନ୍ତି । ଆହୁରି ମଧ୍ୟ ଆଜି ପର୍ଯ୍ୟନ୍ତ, 16,385 ଲୋକ କେରଳକୁ ଫେରିଛନ୍ତି, ଯେଉଁଥିରୁ 8,912 ଜଣ ରେଡ ଜୋନରୁ ଆସିଛନ୍ତି । ସୂଚନା ଅନୁଯାୟୀ, ଯେ ପ୍ରାୟ 24,088 ପ୍ରବାସୀ ଶ୍ରମିକ କେରଳରୁ 21 ଟି ସ୍ୱତନ୍ତ୍ର ନନ-ଷ୍ଟପ ଟ୍ରେନରେ ମେ 7 ପର୍ଯ୍ୟନ୍ତ ନିଜ ଦେଶକୁ ଫେରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.