ETV Bharat / bharat

କେଜରିୱାଲ ସରକାରଙ୍କ ଘୋଷଣା: 24 ଟଙ୍କାରେ ମିଳିବ ପିଆଜ

author img

By

Published : Sep 23, 2019, 7:54 PM IST

ଲୋକଙ୍କୁ ମୋବାଇଲ ଭ୍ୟାନ ଜରିଆରେ ପିଆଜ କିଲୋ ପ୍ରତି 24 ଟଙ୍କାରେ ଯୋଗାଇଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି କେଜରିୱାଲ ସରକାର । ଏନେଇ ଅଧିକ ସୂଚନା ପଢନ୍ତୁ...

ଫାଇଲ ଫଟୋ

ନୂଆଦିଲ୍ଲୀ: ସମଗ୍ର ଦେଶରେ କ୍ରମାଗତ ଭାବରେ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନର ବର୍ଦ୍ଧିତ ପିଆଜ ଦର ଗତ ଚାରି ବର୍ଷ ମଧ୍ୟରେ ସବୁଠୁ ଅଧିକ ବୋଲି ଜଣାପଡ଼ିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ଖୁଚୁରା ବଜାରରେ ପିଆଜ ଦର ୨୫% ବଢ଼ି କିଲୋପିଛା ୬୦ ରୁ ୮୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଏବେ ଦିଲ୍ଲୀବାସୀଙ୍କୁ ଶସ୍ତାଦରରେ ପିଆଜ କିଣିବା ପାଇଁ ସାହାଯ୍ୟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଲୋକଙ୍କୁ ମୋବାଇଲ ଭ୍ୟାନ ଜରିଆରେ ପିଆଜ କିଲୋ ପ୍ରତି 24 ଟଙ୍କାରେ ଯୋଗାଇଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଏକ ଟେଣ୍ଡର ପ୍ରକ୍ରିୟା ଜାରି କରାଯାଇଥିବା କଥା ମଧ୍ୟ ସେ କହିଛନ୍ତି ।

kejriwal-government-will-sell-onion-at-price-of-24-rs-per-kg
ଫଟୋ ସୌଜନ୍ୟ: ଏଏନଆଇ

ଏଠାରେ ସୂଚନା ଯୋଗ୍ୟ ଯେ ମଧ୍ୟ-ଭାରତ ଓ ମହାରାଷ୍ଟ୍ରର ନାସିକରେ ବନ୍ୟା ପରିସ୍ଥିତି ଯୋଗୁ ପିଆଜ ଦର ଅଣାୟତ୍ତ ଅବସ୍ଥାରେ । ପିଆଜ ଫସଲ ବର୍ଷା ଓ ବନ୍ୟା କାରଣରୁ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଫଳରେ ପିଆଜ ଦର ଅହେତୁକ ଭାବରେ ବଢିବାରେ ଲାଗିଛି । ଏହା କାରଣକୁ ଆଗାମୀ କିଛି ଦିନ ମଧ୍ୟରେ ପିଆଜ ଦର 100ଟଙ୍କାରେ ପହଞ୍ଚିବାର ଆଶଙ୍କା ମଧ୍ୟ ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.