ETV Bharat / bharat

ଦିଲ୍ଲୀ ପରେ ଏବେ ଝାଡଖଣ୍ଡ ପାଳି, ବର୍ଷେ ଯାଏଁ ତମାଖୁ ବ୍ୟାନ

author img

By

Published : Jul 22, 2020, 9:57 AM IST

ଗୁଟଖା, ପାନ ମସଲା, ବିକ୍ରି ଉପରେ ଲାଗିଲା ବ୍ୟାନ । ଆସନ୍ତା ବର୍ଷ ଜୁଲାଇ 25 ଯାଏଁ ରାଜ୍ୟରେ ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ,ସଂରକ୍ଷଣ ଉପରେ କଟକଣା ଲଗାଇଲେ ଝାଡଖଣ୍ତ ସରକାର ।ଅଧିକ ପଢନ୍ତୁ.....

Jharkhand Extends Ban On Sale Of Gutka, Pan Masala Till July 25 Next Year
ବର୍ଷେ ଯାଏ ଗୁଟଖା ଓ ପାନ ମସଲା ବିକ୍ରି ଉପରେ ଲାଗିଲା ବ୍ୟାନ : ଝାଡଖଣ୍ତ ସରକାର

ରାଞ୍ଚି: ଗୁଟଖା, ପାନ ମସଲା, ବିକ୍ରି ଉପରେ ଲାଗିଲା ବ୍ୟାନ । ଝାଡଖଣ୍ତ ସରକାର ଏହାର ଉତ୍ପାଦନ, ବିକ୍ରୟ, ସଂରକ୍ଷଣ ଓ ବିତରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଆସନ୍ତା ବର୍ଷ ଜୁଲାଇ 25 ଯାଏଁ ରାଜ୍ୟରେ ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ,ସଂରକ୍ଷଣ ଉପରେ କଟକଣା ଲଗାଯାଇଛି । ଖାଦ୍ୟ ସୁରକ୍ଷା କମିଶନର ନୀତିନ କୁଲକର୍ଣ୍ଣି ଏହି ଉତ୍ପାଦ ଗୁଡିକ ଉପରେ ନିଷେଧାଦେଶ ଜାରି କରିଛନ୍ତି । ଜନ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

ଝାଡଖଣ୍ତ ସରକାର, ମେ ମାସ 8 ତାରିଖରେ ରାଜ୍ୟରେ 11ଟି କମ୍ପାନୀର ପାନମସଲା ଉତ୍ପାଦନ, ବିକ୍ରୟ, ସଂରକ୍ଷଣ ଓ ବିତରଣକୁ ବନ୍ଦ କରିଥିଲେ । ତମାଖୁ ଜାତୀୟ ଦ୍ରବ୍ୟ ଗୁଡିକରେ କେମିକାଲ ବ୍ୟବହାର ହେଉଥିଲା । ଯାହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। ଏନେଇ ସରକାର ବିକ୍ରୟ ଉପରେ ରୋକ ଲଗାଇଥିଲେ । ପରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସର୍ବସାଧାରଣ ସ୍ଥାନରେ ତମାଖୁ ଜାତୀୟ ଦ୍ରବ୍ୟ ବ୍ୟବହାର ଉପରେ ଏପ୍ରିଲ 22ରେ ପ୍ରତିବନ୍ଧକ ଲାଗାଇଥିଲେ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.