ETV Bharat / bharat

ଚିନ୍ତାରେ ଚିଦାମ୍ବରମ: 4 ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ 4 ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଆସନ୍ତା 26 ପର୍ଯ୍ୟନ୍ତ ଚିଦାଙ୍କୁ ହେପାଜତରେ ନେଇ ଜେରା କରିବ ସିବିଆଇ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ ପି ଚିଦାମ୍ବରମ କରିଥିବା ଆବେଦନର ଶୁଣାଣି ଆସନ୍ତା 27 ତାରିଖରେ ସୁପ୍ରିମକୋର୍ଟରେ ହେବାକୁ ଥିବା ବେଳେ ସିବିଆଇ ବିରୋଧରେ ଯାଚିକାର ଶୁଣାଣି ଆସନ୍ତାକାଲିଠାରୁ ହେବ ।

author img

By

Published : Aug 22, 2019, 5:09 PM IST

Updated : Aug 22, 2019, 7:41 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମକୁ ଝଟକା । 4 ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇକୁ ଅନୁମତି ଦେଲେ ସ୍ବତନ୍ତ୍ର କୋର୍ଟ । ଆସନ୍ତା 26 ପର୍ଯ୍ୟନ୍ତ ଚିଦାଙ୍କୁ ହେପାଜତରେ ନେଇ ଜେରା କରିବ ସିବିଆଇ । ପ୍ରତିଦିନ 30 ମିନିଟ ପରିବାର ଓ ଓକିଲ ଚିଦାଙ୍କୁ ଭେଟିବା ନେଇ ଅନୁମତି ଦେଇଛନ୍ତି କୋର୍ଟ । କିଛି ସମୟ ପୂର୍ବରୁ ଚିଦାମ୍ବରମଙ୍କୁ 5 ଦିନିଆ ରିମାଣ୍ଡରେ ନେବାକୁ ଦାବି କରିଥିବା ସିବିଆଇର ଆବେଦନକୁ ସଂରକ୍ଷିତ ରଖିଥିଲେ କୋର୍ଟ ।

ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ ପି ଚିଦାମ୍ବରମ କରିଥିବା ଆବେଦନର ଶୁଣାଣି ଆସନ୍ତା 27 ତାରିଖରେ ସୁପ୍ରିମକୋର୍ଟରେ ହେବ। ସେହିଭଳି ସିବିଆଇ ବିରୋଧରେ କରାଯାଇଥିବା ଯାଚିକାର ଶୁଣାଣି ଆସନ୍ତାକାଲି ଠାରୁ ହେବ ।

ଏହି ମାମଲାରେ ଆଜି ସକାଳୁ ଆରମ୍ଭ ହୋଇଥିଲା ଶୁଣାଣି । ସିବିଆଇକୁ ସେ ଅସହଯୋଗ କରୁଥିବା ଶୁଣାଣି ସମୟରେ ସାଲିସିଟର ଜେନେରାଲ ଅଭିଯୋଗ କରିଥିଲେ । ଅନ୍ୟପଟେ ମାମଲାରେ କୌଣସି ପ୍ରମାଣ ନ ଥାଇ ତାଙ୍କୁ ଗିରଫ କରାଯାଇଥିବା କହିଥିଲେ ଚିଦାଙ୍କ ଓକିଲ କପିଲ ଶିବଲ ।

ସିବିଆଇ ପକ୍ଷରୁ ସାଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ପି ଚିଦାମ୍ବରମଙ୍କ ପକ୍ଷରୁ କପିଲ ଶିବଲ ମାମଲାର ପରିଚାଳନା କରୁଥିଲେ । ଏହି ମାମଲାରେ କୌଣସି ପ୍ରମାଣ ନ ଥିବା ଚିଦାଙ୍କ ଓକିଲ ଶିବଲ କହିଛନ୍ତି । କେବଳ ଚାର୍ଜସିଟ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି । ବୁଧବାର ରାତିରେ ତାଙ୍କ ବାସଭବନରୁ ଚିଦାମ୍ବରମଙ୍କୁ ଗିରଫ କରିଥିଲା ସିବିଆଇ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ଚିଦାଙ୍କୁ ସୁରକ୍ଷା ନ ମିଳିବା ପରେ ଉଭୟ ସିବିଆଇ ଓ ଇଡି ତାଙ୍କୁ ଗିରଫ କରିବା ପାଇଁ ବାସଭବନରେ ପହଞ୍ଚିଥିଲେ ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ କରିଥିବା ପିଟିସନର ଶୁଣାଣୀ ଆସନ୍ତା 27 ତାରିଖରେ ସୁପ୍ରିମକୋର୍ଟରେ ହେବ। ସେହିଭଳି ସିବିଆଇ ବିରୋଧରେ କରାଯାଇଥିବା ପିଟିସନର ଶୁଣାଣୀ ଆସନ୍ତାକାଲିଠାରୁ ହେବ ।

Intro:ରାଇରଙ୍ଗପୁର : ଉପନିର୍ବାଚନ ରେ ବିଜେଡି ସମର୍ଥିତ ପ୍ରାର୍ଥୀ ଙ୍କ ବିଜୟ ଲାଭ ପରେ ବିଜେଡ଼ି ର ପ୍ରେସ ମିଟ୍। ଗତକାଲି ମୟୁରଭଞ୍ଜ ଜିଲ୍ଲା ଯାମଦା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଉପନିର୍ବାଚନ ରେ ବିଜେଡ଼ି ହାତେଇଲା ଉପାଧ୍ୟକ୍ଷ ଆସନ। ସାଗ୍ରାମ ମୁର୍ମୁ ହେଲେ ଯାମଦା ପଞ୍ଚାୟତ ସମିତି ଉପାଧ୍ୟକ୍ଷ। ଗତ ସାଧାରଣ ନିର୍ବାଚନରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ପରାଜୟ ବରଣ କରିଥିଲେ। ତେବେ ଏହି ଉପନିର୍ବାଚନ ରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟ ଲାଭ କରିବାରୁ ବିଜେଡି ର ତୁଙ୍ଗ ନେତା ଓ କର୍ମୀ ମାନଙ୍କ ମଧ୍ୟରେ ଆନନ୍ଦ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏ ନେଇ ଆଜି ରାଇରଙ୍ଗପୁର ସହରର ମହୁଲଡିହା ଡାକବଙ୍ଗଳା ଠାରେ ବିଜେଡି ତରଫରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ସହିତ ପ୍ରେସ୍ ମିଟ୍ କରାଯାଇଥିଲା। ଉକ୍ତ ସଭାରେ ବିଜେଡ଼ି ର ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି , ବରିଷ୍ଠ ନେତା ରତିକାନ୍ତ ପରିକ୍ଷା, ରାଇରଙ୍ଗପୁର ପୂର୍ବତନ ବିଧାୟକ ସାଇବା ସୁଶିଲ ହାଁସଦା ପ୍ରମୁଖ ନେତା ମାନେ ନବ ନିର୍ବାଚିତ ହୋଇଥିବା ଯାମଦା ବ୍ଲକ ଉପାଧ୍ୟକ୍ଷ ସାଗ୍ରାମ ମୁର୍ମୁ ଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧିନା ଜ୍ଞାପନ କରିଥିଲେ। ତା ସହିତ ଏହି ବିଜୟ ର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଥିଲେ।
ବାଇଟ ୧ - ଦେବାଶିଷ ମହାନ୍ତି, ଜିଲ୍ଲା ସଭାପତି, ବିଜେଡ଼ି।
ବାଇଟ ୨ - ସାଗ୍ରାମ ମୁର୍ମୁ, ବିଜୟୀ ପ୍ରାର୍ଥୀ, ଯାମଦା ପଞ୍ଚାୟତ ସମିତି।

Body:x

Conclusion:x
Last Updated : Aug 22, 2019, 7:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.