ETV Bharat / bharat

ସ୍ବରାଜ ଇଣ୍ଡିଆ ସଭାପତି ଯୋଗେନ୍ଦ୍ର ଯାଦବଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର

author img

By

Published : Feb 27, 2020, 7:11 PM IST

ଜାତୀୟ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ ପ୍ରତିବାଦ ଓ ହିଂସା ଉଗ୍ରରୂପ ନେଉଛି । ସେହିପରି ଜାତୀୟ ଜନଗଣନା ରେଜିଷ୍ଟରକୁ ବର୍ଜନ କରିବାକୁ ଆନେକ ଆହ୍ବାନ ଦେଇଛନ୍ତି । ଏପରି ସ୍ଥିତିରେ ସ୍ବରାଜ ଇଣ୍ଡିଆ ସଭାପତି ଯୋଗେନ୍ଦ୍ର ଯାଦବଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର ।

interview-of-swaraj-india-president-yogendra-yadav

“ଉଇ ଦ ପିପୁଲ ଅଫ୍‌ ଇଣ୍ଡିଆ”, ଯେଉଁ ଗୋଷ୍ଠୀରେ ଆପଣ ବି ଅଛନ୍ତି, ଜାତୀୟ ଜନଗଣନା ରେଜିଷ୍ଟରକୁ ବର୍ଜନ କରିବାକୁ ଆହ୍ବାନ ଦେଇଛି । ସରକାର ଏହାକୁ ଏକ ନିୟମିତ କାର୍ଯ୍ୟଧାରା ବୋଲି କହୁଛନ୍ତି । ଦୟାକରି ଆପଣ ବିଶଦ ଭାବେ ବର୍ଣ୍ଣନାକରିବେ କି ?

ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ଜାତୀୟ ଜନଗଣନା ରେଜିଷ୍ଟର- NPR- ବର୍ଜନ କରିବାକୁ ଆମେ ଆହ୍ବାନ ଦେଇଛୁ । ଏ ଆହ୍ବାନ କାହିଁକି ? କାରଣ ପରବର୍ତ୍ତୀ ସମୟରେ ଏକ ପ୍ରସ୍ତାବିତ ଜାତୀୟ ନାଗରିକ ରେଜିଷ୍ଟର ଆଣିବାକୁ ସରକାରଙ୍କ ଅନ୍ୟାୟପୂର୍ଣ୍ଣ ଏବଂ ବିଭାଜନକାରୀ ଯୋଜନାକୁ ପ୍ରତିହତ କରିବା ଲାଗି ଏହା ଏକମାତ୍ର ଉପାୟ । ସମସ୍ତ ନାଗରିକଙ୍କର ଏକ ତାଲିକା ରଖିବାକୁ ସରକାରଙ୍କ ଇଚ୍ଛାକୁ ଆମେ ବିରୋଧ କରୁନାହୁଁ । ଏମିତି ଏକ ତାଲିକା ଆଗରୁ ରହିଛି, ଯାହାକୁ ଭୋଟର ତାଲିକା ବୋଲି କୁହାଯାଉଛି । ଏହା ବାଦ୍‌, ଆଧାର କାର୍ଡ ଏବଂ ଖାଉଟି କାର୍ଡ ରହିଛି ଏବଂ ନାଗରିକତା ସଂପର୍କରେ ଜାଣିବାକୁ ଆହୁରି ଅନେକ ଉପାୟ ରହିଛି । କାହିଁକି କିଛିଟା ସରଳ ଭାବରେ କରାଯାଉନାହିଁ ? ଭୋଟର ତାଲିକାକୁ ଜାତୀୟ ନାଗରିକତା ରେଜିଷ୍ଟରର ଟିଠା ରୂପେ ଗ୍ରହଣ କରାଯାଉ । ଯେଉଁ ଲୋକମାନେ ବାଦ୍‌ ପଡ଼ିଛନ୍ତି ସେମାନଙ୍କୁ ପାଞ୍ଚ କି ଛଅ ମାସ ଭିତରେ ଆବେଦନ ଦାଖଲ କରିବାକୁ ଆମନ୍ତ୍ରଣ କରାଯାଉ । ସରକାର ଯଦି ଭାବୁଛନ୍ତି ସେଥିରେ କେହି ଭୁଲ ଲୋକ ଅଛନ୍ତି, ତେବେ ସେ ଆପତ୍ତି ଦାଖଲ କରିପାରିବେ । ତା ବଦଳରେ, ସରକାର ଏହାକୁ ସଂପୂର୍ଣ୍ଣ ନୂଆ ଭାବରେ କରିବା ଲାଗି ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚାହୁଁଛନ୍ତି । ଏହା କ’ଣ ଆବଶ୍ୟକ ? ଏବଂ ଯଦି ଦଲିଲ ଦସ୍ତାବିଜ ଭିତ୍ତିରେ ଏହା କରାଯାଏ ତେବେ ଏହା ପକ୍ଷପାତମୂଳକ ହେବ ନାହିଁ କି ? ପୂର୍ବରୁ ଆସାମରେ କାର୍ଯ୍ୟକାରୀ ହୋଇଥିବା ଅନୁରୂପ ଜାତୀୟ ନାଗରିକ ରେଜିଷ୍ଟରକୁ ଉଦାହରଣ ରୂପେ ନେଲେ, ଏହା ସଂପୂର୍ଣ୍ଣ ବିପର୍ଯ୍ୟୟକୁ ଡାକି ଆଣିବ ନାହିଁ କି । ଆମର ଧାରଣା ଯେଜାତୀୟ ଜନସଂଖ୍ୟା ରେଜିଷ୍ଟର ଏବଂ ଜାତୀୟ ନାଗରିକତା ରେଜିଷ୍ଟର ଆମ ସମାଜ ପ୍ରତି ତାହା ହିଁ କରିବ, ଯାହା ଆମଅର୍ଥନୀତି ପ୍ରତି ବିମୁଦ୍ରୀକରଣ କରିଥିଲା । ତେଣୁ ଆମେ ଏହାକୁ ବିରୋଧ କରୁଛୁ ।

ସ୍ବରାଜ ଇଣ୍ଡିଆ ସଭାପତି ଯୋଗେନ୍ଦ୍ର ଯାଦବଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର

ଆପଣ କାହିଁ କହିଆସୁଛନ୍ତି ଯେ NRC ଶାସକ ବିଜେପିର ଏକ ଗୁପ୍ତ କାର୍ଯ୍ୟସୂଚୀ ?

ବାସ୍ତବରେ, ବିଜେପିର କାର୍ଯ୍ୟସୂଚୀ ଗୋପନ ନୁହେଁ । ସୁପ୍ରିମ କୋର୍ଟଙ୍କ ତଦାରଖରେ ଆସାମରେ ହୋଇଥିବା ଜାତୀୟ ନାଗରିକତା ରେଜିଷ୍ଟର କାର୍ଯ୍ୟକ୍ରମ ବିଜେପିକୁ ଆଶାନୁରୂପ ଫଳ ଦେଇ ନଥିଲା । ସେମାନେ ଭାବିଥିଲେ ପ୍ରବାସୀ ମୁସଲମାନ ନାଗରିକମାନଙ୍କୁ ବାହାର କରିବା ଲାଗି ଏବଂ ହିନ୍ଦୁମାନଙ୍କୁ ରଖିବା ଲାଗି NRC ଏକ ଉପକରଣ ହେବ । ସ୍ପଷ୍ଟ ଭାବରେ ଏହା ହୋଇପାରି ନଥିଲା । କାରଣ ସର୍ବୋଚ୍ଚ ନ୍ୟାୟାଳୟ ଏହି କାର୍ଯ୍ୟକ୍ରମର ତଦାରଖ କରୁଥିଲେ । ଯେତେବେଳେ ଆସାମରେ NRC କାମ ସରିଗଲା, 19 ଲକ୍ଷ ବିଦେଶୀ ଥିବା ଜଣାପଡ଼ିଲା ଏବଂ ଏଥିରେ ସଂଖ୍ୟାଧିକ ହିନ୍ଦୁ ରହିଥିଲେ । ଏବେ. ଯେହେତୁ ଆସାମରେ ବଙ୍ଗାଳୀ ହିନ୍ଦୁମାନେ ହିଁ ବିଜେପିର ଭୋଟ୍‌ ବ୍ୟାଙ୍କ, ତେଣୁ ସେମାନେ ଏହି NRCକୁ ରଦ୍ଦ କରାଯାଉ ବୋଲି କହିଲେ । ଏଥର ସୁପ୍ରିମ କୋର୍ଟ ଆଉ ଆଗକୁ ତଦାରଖ କରୁ ନଥିବାରୁ ଏହାକୁ ଯେ କୌଣସି ଉପାୟରେ କରିବା ଲାଗି ସେମାନେ କହୁଛନ୍ତି । ଏବଂ ସେମାନେ ଏକ ନାଗରିକତା ସଂଶୋଧନ ଆଇନକୁ ବି ପାଖରେ ରଖିସାରିଛନ୍ତି, ଯେଉଁଥିରେ ହିନ୍ଦୁ ଓ ମୁସଲମାନଙ୍କୁ ଅଲଗା କରି ବିଚାର କରାଯାଉଛି । ଯଦି କେହି ହିନ୍ଦୁ ଧରାପଡ଼େ, ତେବେ ଆମେ ତାକୁ ନାଗରିକତା ସଂଶୋଧନ ଆଇନ (CAA) ବଳରେ ରଖିବୁ । ଏହା ହିଁ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଉପାୟ । କେବଳ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ କିଛି ଅଧିକ ହିନ୍ଦୁ ଭୋଟ୍‌ ପାଇବା ପାଇଁ ଆପଣ ସାରା ଦେଶର ନାଗରିକତା ପ୍ରସଙ୍ଗ ସହିତ ଖେଳ ଖେଳୁଛନ୍ତି ।

ତା’ହେଲେ କେଉଁମାନେ ଅସୁବିଧା ଭୋଗିବେ ?

ଦେଶରେ ପ୍ରତି ତିନି ଜଣରେ ଜଣେ ଲୋକ NRC ଦ୍ବାରା ପ୍ରଭାବିତ ହେବେ । ଏହା ସବୁ ଆଦିବାସୀ, ଦଳିତ ଓ ଗରିବ,ଯେଉଁମାନଙ୍କ ପାଖରେ ଦଲିଲ କି ଦସ୍ତାବିଜ ନାହିଁ, ସେମାନଙ୍କୁ ପ୍ରଭାବିତ କରିବ ଏବଂ ସମସ୍ତଙ୍କୁ ଖଣ୍ଡାଧାର ତଳେରହିବାକୁ ବାଧ୍ୟ କରିବ ।

NPR ବର୍ଜନ କଲେ ନାଗରିକମାନଙ୍କ ପ୍ରତି କି ବିପଦ ଆଶଙ୍କା ରହିଛି ?

ଆମେ ଏକ ଆଇନ ଅମାନ୍ୟ ଆନ୍ଦୋଳନର ଡାକରା ଦେଉଛୁ । ଅଧିକାରୀମାନଙ୍କୁ ହଇରାଣ କରିବାକୁ ନୁହେଁ । ସରକାରୀ ଅଧିକାରୀମାନଙ୍କ ସହ ଭଲ ବ୍ୟବହାର କରନ୍ତୁ ଏବଂ ସେମାନଙ୍କୁ ଚା’ ପିଇବାକୁ ଦିଅନ୍ତୁ । କିନ୍ତୁ ସେମାନଙ୍କ ପ୍ରଶ୍ନର କୌଣସି ଉତ୍ତର ଦିଅନ୍ତୁ ନାହିଁ । ଆଇନ ଅନୁସାରେ ପରିବାର ପିଛା 1000 ଟଙ୍କା ଜୋରିମାନାର ଆଶଙ୍କା ରହିଛି । କିନ୍ତୁ ଏହା ଦ୍ବାରା କୌଣସି ପରିବାରକୁ କୌଣସି ସରକାରୀ କଲ୍ୟାଣକାରୀ ଯୋଜନା ବାହାରେ ରଖିବା ଉଚିତ ନୁହେଁ । ଏହା ଆଇନ ବିରୋଧୀ । ଏବେ ଏକ ମିଥ୍ୟା ପ୍ରଚାର ଚାଲିଛି ଯେ NPRକୁ ଯେଉଁମାନେ ବିରୋଧ କରିବେ ସେମାନଙ୍କୁ ସରକାରୀ ସୁବିଧା ସୁଯୋଗ ମିଳିବ ନାହିଁ । ସରକାରୀ ଯୋଜନାର ହିତାଧିକାରୀ ତାଲିକାରୁ ଲୋକଙ୍କୁ ବାଦ ଦେବା ପାଇଁ NPRକୁ ବ୍ୟବହାର କରାଯାଇ ପାରିବ ନାହିଁ । NRCକୁ କାର୍ଯ୍ୟକ୍ଷମ କରିବାରେ ସହଯୋଗ କରିବା ହିଁ NPRର ଏକମାତ୍ର ଉଦ୍ଦେଶ୍ୟ ।

ଆପଣ କିଭଳି କାର୍ଯ୍ୟପନ୍ଥା ଲାଗି ଯୋଜନା କରିଛନ୍ତି ?

ଲୋକଙ୍କୁ ସଚେତନ କରିବା ଲାଗି ଆମେ ଏକ ମାସିକିଆ ଅଭିଯାନ ଆରମ୍ଭ କରିଛୁ । ଏହା ମୌଲାନା ଅବୁଲ କଲାମ ଆଜାଦଙ୍କ ଶ୍ରାଦ୍ଧବାର୍ଷିକୀ ଦିନ, ଫେବ୍ରୁଆରୀ 22ରୁ ଆରମ୍ଭ ହୋଇ ସହିଦ ଭଗତ ସିଂହଙ୍କ ସହିଦତ୍ବ ପ୍ରାପ୍ତି ଦିନ, ମାର୍ଚ୍ଚ23ରେ ସରିବ । ପ୍ରାୟ 100ଟି ଭିନ୍ନ ଭିନ୍ନ ସଂଗଠନର ମିଳିତ ଉଦ୍ୟମରେ ଏହି ଅଭିଯାନ ଆରମ୍ଭ ହେଉଛି । ସେମାନେ ସମସ୍ତେ “ଉଇ ଦ ପିପୁଲ ଅଫ୍‌ ଇଣ୍ଡିଆ” ମଞ୍ଚରେ ଏକତ୍ର ହୋଇଛନ୍ତି । ଏହି ସମୟ ମଧ୍ୟରେ ଆମେ ଲୋକଙ୍କ ପାଖରେ ପହଞ୍ଚିବୁ ଏବଂ ସେମାନଙ୍କୁ NPR ସଂପର୍କରେ ବୁଝାଇବୁ । ଆମେ ସାମାଜିକ ଗଣମାଧ୍ୟମର ଉପଯୋଗ ବି କରିବୁ । ଶେଷରେ ଏହା କେବଳ ଲୋକମୁଖରୁ ନିଃସୃତ ପ୍ରଚାରରେ ପରିଣତ ହେବ ଯାହା ଆମ ବାର୍ତ୍ତାକୁ ବ୍ୟାପକ କରିବ ।

ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ କିମ୍ବା ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ବବିଦ୍ୟାଳୟରେ ହିଂସା ହେଉ କିମ୍ବା NPRପ୍ରସଙ୍ଗ, ଆପଣ ଏସବୁ ପ୍ରତିରୋଧର ଚେହେରା ପାଲଟି ଗଲେଣି କି ?

ନା, ମୁଁ ଏହି ପ୍ରତିରୋଧର ଚେହେରା ନୁହେଁ । ପ୍ରକୃତରେ ଏ ଦେଶର ମହିଳାମାନେ ହିଁ ସେଇ ଚେହେରା । ସେଥିରେ ଜାମିଆର ସେଇ ଦୁଇ ମହିଳା ବି ସାମିଲ, ଯେଉଁମାନେ ପୋଲିସ କବଳରୁ ସେମାନଙ୍କ ବନ୍ଧୁଙ୍କୁ ଉଦ୍ଧାର କରିଥିଲେ, ଜେଏନ୍‌ୟୁର ଆଇଶିଘୋଷ, ଏବଂ CAAକୁ ବିରୋଧ କରୁଥିବା ଶାହୀନ ବାଗର ସେହି ମହିଳାମାନେ । ଏଥିରେ ଭଲକଥା ଏତିକି ଯେ, ପାଚିଲା ଦାଢ଼ି ଭର୍ତ୍ତି ଜଣେ ପୁରୁଷଙ୍କ ଚେହେରା ଏହି ପ୍ରତିରୋଧର ଚେହେରା ନୁହେଁ, ବରଂ ଏହା ଏ ଦେଶର ମହିଳାମାନଙ୍କର ।

ଅମିତ ଅଗ୍ନିହୋତ୍ରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.