ETV Bharat / bharat

ଗଲୱାନରେ କଣ ଘଟିଛି ତାହା ଭାରତୀୟ ଜାଣିବାକୁ ଚାହୁଁଛନ୍ତି : ଚିଦାମ୍ବରମ - ଭାରତ-ଚୀନ ସୀମା ବିବାଦ

ଚୀନ ସୈନିକ ସଂଘର୍ଷସ୍ଥଳରୁ ସମ୍ପୁର୍ଣ୍ଣ ରୂପରେ ପଛକୁ ହଟିଛନ୍ତି । ଏହା ସ୍ବାଗତଯୋଗ୍ୟ । କିନ୍ତୁ ସେମାନେ କେଉଁ ସ୍ଥାନରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏବଂ ବର୍ତ୍ତମାନ ସେମାନେ କେଉଁ ସ୍ଥାନରେ ଅଛନ୍ତି ତାହା ଆମକୁ କେହି କହିବେ କି ବୋଲି ପ୍ରଶ୍ନ କରିଛନ୍ତି ଚିଦାମ୍ବରମ ।

କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ।
କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ।
author img

By

Published : Jul 8, 2020, 5:07 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ ବୁଧବାର ପୁଣିଥରେ ମୋଦି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ । ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଦ୍ବାରା ଖାଲି କରାଯାଇଥିବା ଅଞ୍ଚଳ ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି ସେ । ଏହା ସହିତ ଲଦାଖରେ ଚୀନ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ପରେ ସେମାନେ କେଉଁଠିକୁ ଗଲେ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଚିଦାମ୍ବରମ ।

ଚିଦାମ୍ବରମ ବୁଧବାର ଟ୍ବିଟ କରି କହିଛନ୍ତି, 'ଚୀନ ସୈନିକ ସଂଘର୍ଷସ୍ଥଳରୁ ସମ୍ପୁର୍ଣ୍ଣ ରୂପରେ ପଛକୁ ହଟିଛନ୍ତି । ଏହା ସ୍ବାଗତଯୋଗ୍ୟ । କିନ୍ତୁ ସେମାନେ କେଉଁ ସ୍ଥାନରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଏବଂ ବର୍ତ୍ତମାନ ସେମାନେ କେଉଁ ସ୍ଥାନରେ ଅଛନ୍ତି ତାହା ଆମକୁ କେହି କହିବେ କି? ସେହିପରି ଭାରତୀୟ ସେନା କେଉଁ ସ୍ଥାନରୁ ପଛକୁ ହଟିଛନ୍ତି । ଭାରତୀୟ କିମ୍ବା ଚୀନ ସୈନିକଙ୍କ ମଧ୍ୟରୁ କିଏ ଏଲଏସିର ଅନ୍ୟପାର୍ଶ୍ବକୁ ଯାଇଥିଲା କି । ଏହି ପ୍ରଶ୍ନର ଉତ୍ତର ଖୁବ ଗୁରୁତ୍ବପୂର୍ଣ୍ଣ । କାରଣ ଲଦାଖରେ ଚାଲିଥିବା ଘଟଣା ବିଷୟରେ ଖୁବ୍ କମ୍ ସୂଚନା ଉପଲବ୍ଧ ଅଛି । ଜୁନ୍ 15 ରେ କ’ଣ ଘଟିଛି ତାହା ଜାଣିବା ପାଇଁ ଭାରତୀୟମାନେ ଜାଣିବାକୁ ଚାହୁଁଛନ୍ତି । '

ପୂର୍ବ ଲଦାଖର ହଟ ସ୍ପ୍ରିଙ୍ଗ ଏବଂ ଗୋଗ୍ରାରେ ସଂଘର୍ଷସ୍ଥଳରୁ ଅସ୍ଥାୟୀ ଶିବିର ସମ୍ପୁର୍ଣ୍ଣ ରୂପରେ ହଟାଇଦେଇଛି ଚୀନ । ସେପଟେ ଭାରତୀୟ ସୈନିକ ମଧ୍ୟ ସେହି ସ୍ଥଳରୁ ଅସ୍ଥାୟୀ ଶିବିର ପ୍ରତ୍ୟାହାର କରିଥିବା ଜଣାପଡିଛି । ସୈନିକଙ୍କ ପଛକୁ ହଟିବା ପ୍ରକ୍ରିୟା ବୁଧବାର ଶେଷ ହୋଇଥିବା ସୂତ୍ରରୁ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରଠାରୁ କଂଗ୍ରେସ ଏବଂ ବିଜେପି ମଧ୍ୟରେ ବାକ୍‌ ଯୁଦ୍ଧ ଜାରି ରହିଛି । ଏହି ସଂଘର୍ଷ ପରେ ହୋଇଥିବା ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଆମ କ୍ଷେତ୍ରରେ କେହି ପ୍ରବେଶ କରିନାହାନ୍ତି କି କରିନଥିଲେ ବୋଲି କହିଥିଲେ । ଯାହାକୁ କେନ୍ଦ୍ରକରି କଂଗ୍ରେସ ପକ୍ଷରୁ ଲଗାତାର ମୋଦି ସରକାରଙ୍କୁ ପ୍ରଶ୍ନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.