ETV Bharat / bharat

ICMR ଦାବି, କୋରୋନା ଚିକିତ୍ସା ପାଇଁ ପ୍ରଭାବୀ ନୁହେଁ ପ୍ଲାଜମା ଥେରାପୀ

author img

By

Published : Oct 20, 2020, 7:17 PM IST

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ପ୍ଲାଜମା ଥେରାପୀ ବିଷୟରେ ଏକ ବଡ ବିବୃତ୍ତି ଦେଇଛି। ଆଇସିଏମଆର କହିଛି ଯେ ଜାତୀୟ ସ୍ବାସ୍ଥ୍ୟ କ୍ଲିନିକାଲ ପ୍ରୋଟୋକଲରୁ ପ୍ଲାଜମା ଥେରାପୀ ହଟାଇବାକୁ ଚିନ୍ତା କରୁଛି। ଅଧିକ ପଢନ୍ତୁ...

ICMR
ICMR

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ପ୍ଲାଜମା ଥେରାପୀ ବିଷୟରେ ଏକ ବଡ ବିବୃତ୍ତି ଦେଇଛି। ଆଇସିଏମଆର କହିଛି ଯେ ଜାତୀୟ ସ୍ବାସ୍ଥ୍ୟ କ୍ଲିନିକାଲ ପ୍ରୋଟୋକଲରୁ ପ୍ଲାଜମା ଥେରାପୀ ହଟାଇବାକୁ ଚିନ୍ତା କରୁଛି। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଆଇସିଏମଆର କହିଛି ଯେ ମୃତ୍ୟୁକୁ ହ୍ରାସ କରିବାରେ ପ୍ଲାଜମା ଥେରାପୀ ପ୍ରଭାବଶାଳୀ ନୁହେଁ।

ପ୍ରକାଶଥାଉକି, ଆଇସିଏମଆର୍ ପୂର୍ବରୁ ପ୍ଲାଜମା ଥେରାପୀ ଉପରେ ଅନେକ ଥର ପ୍ରଶ୍ନ ଉଠେଇଛି । ନିକଟରେ କୋରୋନା ଚିକିତ୍ସାରେ ପ୍ଲାଜମା ଥେରାପୀ ବଦଳରେ ଆଣ୍ଟିସେରାକୁ ବିକଳ୍ପ ଭାବରେ ବ୍ୟବହାର କରାଯାଇପାରିବ ବୋଲି ଆଇସିଏମଆର କହିଥିଲା। ଆଇସିଏମଆର କୋରୋନା ଚିକିତ୍ସା ପାଇଁ ପଶୁ ରକ୍ତ ସେରମ୍ ବ୍ୟବହାର କରି ଏକ ଅତ୍ୟଧିକ ଶୁଦ୍ଧ ଆଣ୍ଟିସେରା ବିକଶିତ କରିବାକୁ ଦାବି କରିଛି ।

କୋରୋନା ସଙ୍କଟ ସମୟରେ ପ୍ଲାଜମା ଥେରାପୀ ଆଲୋଚନାର ବିଷୟ ହୋଇଥିଲା । କୋରୋନାରୁ ସୁସ୍ଥ ଥିବା ରୋଗୀଙ୍କ ଶରୀରରୁ ନିଆଯାଇଥିବା ପ୍ଲାଜମା କୋରୋନା ଆକ୍ଟିଭ୍ ରୋଗୀଙ୍କୁ ଦିଆଯାଉଥିଲା । କୋରୋନା ଚିକିତ୍ସା ପାଇଁ ପୃଥିବୀର ଅନ୍ୟାନ୍ୟ ଦେଶରେ ପ୍ଲାଜମା ଥେରାପି ବ୍ୟବହୃତ ହେଉଛି। ଭାରତ ବ୍ୟତୀତ ଏହା ଆମେରିକା, ସ୍ପେନ୍, ଦକ୍ଷିଣ କୋରିଆ, ଇଟାଲୀ, ତୁର୍କୀ ଏବଂ ଚୀନ୍ ସମେତ ଅନେକ ଦେଶରେ ଏହା ବ୍ୟବହୃତ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.