ଜାକାର୍ତ୍ତା: ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ଟ୍ରାଫିକ ସମସ୍ୟାରେ ମଧ୍ୟ ଅହେତୁକ ବୃଦ୍ଧି ପାଉଛି । ଆଉ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ରହୁଥିବା ଜଣେ ଯୁବକ ଜୁଜୁନ ଯୁନୈଦୀ ଏକ ଅଭିନବ ଉପାୟ ଆପଣାଇଛନ୍ତି । ଯିଏକି ପେସାରେ ଜଣେ ଇଞ୍ଜିନିୟର ।
ଜୁଜୁନ ଯୁନୈଦୀ ଟ୍ରାଫିକ ଜାମରୁ ବଞ୍ଚିବା ପାଇଁ ନିଜେ ଏକ ହେଲିକପ୍ଟର ନିର୍ମାଣ କରିଛନ୍ତି । ତାଙ୍କର କହିବା ଅନୁସାରେ, ସେ ପ୍ରତ୍ୟେକ ଦିନ ଟ୍ରାଫିକ ଜାମ ସମସ୍ୟା ଭୋଗୁଥିଲି । ଦିନେ ହେଲିକ୍ୟାପ୍ଟର ନିର୍ମାଣ କରିବାକୁ ଚିନ୍ତା କଲି । 18 ମାସ ତଳେ ଏକ ହେଲିକପ୍ଟର ନିର୍ମାଣ କରିବା ଆରମ୍ଭ କରିଥିଲି । ସେବେ ଠାରୁ ଏପର୍ଯ୍ୟନ୍ତ ଏଥିରେ 1.50 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି ।
ଯୁନୈଦୀ କୁହନ୍ତି, ତାଙ୍କ ହେଲିକପ୍ଟରର ଲମ୍ବା 26 ଫୁଟ ଅଟେ । ଏହି ହେଲିକପ୍ଟର ପେଟ୍ରୋଲ ଦ୍ବାରା ଉଡିବ । ଏତିରେ 700 ସିସର 23 ହର୍ସପାଓ୍ବାରର ଜେନେରେଟର ଲଗାଯାଇଛି । ଆଉ କିଛିଦିନ ପରେ ଏହା ସମ୍ପୂର୍ଣ ଭାବେ ପ୍ରସ୍ତୁତ ହୋଇଯିବ । ଏହାପରେ ଏହାକୁ ଉଡାଇବା ନେଇ ପରୀକ୍ଷା କରାଯିବ । ଏହି ହେଲିକପ୍ଟର 2019 ଶେଷ କିମ୍ବା 2020 ସୁଦ୍ଧା ପ୍ରସ୍ତୁତ ହେବା ନେଇ ଆଶା ରଖିଛନ୍ତି ଯୁନୈଦୀ । ଏହାପରେ ସେ ପାଇଲଟ ଟେଷ୍ଟ କରିବେ ।