ETV Bharat / bharat

ବର୍ଷା ପାଣିରେ ବୁଡିଲା ତ୍ରୈମ୍ବକେଶ୍ବର ମନ୍ଦିର, ଭକ୍ତ ହନ୍ତସନ୍ତ

author img

By

Published : Aug 4, 2019, 2:02 PM IST

ଲଗାଣ ବର୍ଷାରେ ଜଳବନ୍ଦୀ ହୋଇପଡ଼ିଛି ମହାରାଷ୍ଟ୍ର ସମେତ ମୁମ୍ବାଇ । ପ୍ରକୃତିର ଏହି କୋପରୁ କେବଳ ଜନଜୀବନ ନୁହେଁ ସ୍ବୟଂ ଭଗବାନ ଶିବ ମଧ୍ୟ ବର୍ତ୍ତି ପାରିନାହାଁନ୍ତି।

ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ପ୍ରଳୟଙ୍କରୀ ବନ୍ୟାରୁ ବର୍ତ୍ତି ନାହାଁନ୍ତି ବାବା । ବନ୍ୟା ଜଳରେ ଭୟଙ୍କର ରୂପ ଧାରଣ କରିଛି ଗୋଦାବରୀ ନଦୀ । ରାସ୍ତା ଘାଟ ଘରଦ୍ବାର ସବୁ ଜଳମଗ୍ନ ହୋଇପଡିଥିବାବେଳେ ଦେବ ଦେବ ମହାଦେବଙ୍କୁ ମଧ୍ୟ ଛାଡିନାହାଁନ୍ତି ମାତା ଗୋଦାବରୀ । ମା'ଙ୍କ ଏପରି କୋପ ଦେଖିବାକୁ ମିଳିଛି ମହାରାଷ୍ଟ୍ର ନାସିକର ତ୍ରୈମ୍ବକେଶ୍ବର ମନ୍ଦିରରେ । ଚାରିଆଡେ ଖାଲି ପାଣି ଆଉ ପାଣି । ରକ୍ଷା କବଚ ମଧ୍ୟ ମାଙ୍କ କୋପରେ ଜଳବନ୍ଦୀ ହୋଇପଡ଼ିଛନ୍ତି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ଓ ମୁମ୍ବାଇ ଗତ କିଛି ଦିନ ଧରି ଭୀଷଣ ବର୍ଷା ହେବାରେ ଲାଗିଛି । ଏପରିକି ସ୍ଥାନରେ ଜଳନିଷ୍କାସନ ହୋଇପାରି ଜଳମଗ୍ନ ହୋଇପଡିଛି କେତେକ ସହର । ତେବେ ଗତ ଶନିବାର ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଫୁଲିବାକୁ ଲାଗିଥିଲା ଗୋଦାବରୀ ନଦୀ । ଆଉ ଏହା ପରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲା ଉଚ୍ଛୁଳା ପାଣି ।

ଭିଡିଓ ସୌଜନ୍ୟ: ଏଏନଆଇ

ନାସିକର ଦାରଣା, କଡୱା, ଭାବଳୀ, ଗଙ୍ଗାପୁର, ପାଲଖେଡ, ବାଲଦେବୀ ଡ୍ୟାମରୁ ଜଳ ନିଷ୍କାସନ କରିବା ପରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ 100 ପରିବାରର 450 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ, ଆଗାମୀ 24 ଘଣ୍ଟା ଧରି ମୁମ୍ବାଇ ସମେତ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.