ETV Bharat / bharat

ପ୍ରବଳ ବର୍ଷାରେ ଉବୁଟୁବୁ ମାୟାନଗରୀ, 'ରେଡ ଆର୍ଲଟ' ଜାରି କଲା IMD

author img

By

Published : Jul 16, 2020, 1:19 PM IST

ମୁମ୍ବାଇରେ ଜାରି ରହିଛି ପ୍ରବଳ ବର୍ଷା । ରାସ୍ତା ଘାଟରେ ଜମି ରହିଛି ପାଣି । ଫଳରେ ଅନେକ ସମସ୍ୟା ଭୋଗୁଛନ୍ତି ଲୋକେ । ଏହାସହ ତଳିଆ ଅଞ୍ଚଳରେ ପାଣି ପସିବାର ଅଧିକ ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ପ୍ରବଳ ବର୍ଷାରେ ଉବୁଟୁବୁ ମାୟାନଗରୀ, 'ରେଡ ଆର୍ଲଟ' ଜାରି କଲା ଆଇଏମଡି ବିଭାଗ

ମୁମ୍ବାଇ: ମୁମ୍ବାଇ ଏବଂ ଉପକୂଳ ମହାରାଷ୍ଟ୍ରରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଭାରତ ପାଣିପାଗ ବିଭାଗ (ଆଇଏମଡି) 'ରେଡ ଆଲର୍ଟ' ଜାରି କରିଛି । ମଙ୍ଗଳବାର ରାତିରୁ ସହରରେ ପ୍ରବଳ ବର୍ଷା ଜାରି ରହିଛି । ଯାହାଦ୍ବାରା ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ଯାତାୟାତ ସମ୍ପୂର୍ଣ୍ଣରେ ବାଧା ସୃଷ୍ଟି ହୋଇଛି । ବର୍ଷା ପାଣି ସହ ଡ୍ରେନ ପାଣି ଆସି ସବୁ ରାସ୍ତାରେ ଲହଡି ଭାଙ୍ଗୁଛି । ଲୋକେ ଯାତାୟାତ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ।

ପ୍ରବଳ ବର୍ଷାରେ ଉବୁଟୁବୁ ମାୟାନଗରୀ
ପ୍ରବଳ ବର୍ଷାରେ ଉବୁଟୁବୁ ମାୟାନଗରୀ

ପୂର୍ବାନୁମାନ ଅନୁଯାୟୀ, ମୁମ୍ବାଇ ଓ କୋଙ୍କଣ ଅଞ୍ଚଳରେ ଏକ ରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଜାତୀୟ ପାଣିପାଗ ପୂର୍ବାନୁମାନ କେନ୍ଦ୍ରର ବୈଜ୍ଞାନିକ ଆର.କେ ଜେନମାନି କହିଛନ୍ତି ଯେ, ମୁମ୍ବାଇ ପାଇଁ 'ରେଡ ଆଲର୍ଟ' ଜାରି କରାଯାଇଛି। ସହରର ବର୍ଷା ଉପରେ ଜାରି ଏକ ସ୍ୱତନ୍ତ୍ର ବୁଲେଟିନରେ ବିଭାଗ କହିଛି ଯେ, ଆଗାମୀ 18 ଘଣ୍ଟା ମଧ୍ୟରେ ମୁମ୍ବାଇ ସହର, ଥାନେ, ରାଇଗଡ ଏବଂ ରତ୍ନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପ୍ରବଳ ବର୍ଷା ହେତୁ ତଳିଆ ଅଞ୍ଚଳରେ ପାଣି ଭର୍ତ୍ତି ହେବାର ଅଧିକ ସମ୍ଭାବନା ରହିଛି । ବର୍ଷା ଯୋଗୁଁ ବିଦ୍ୟୁତ ଏବଂ ଜଳ ସେବା, ଟ୍ରାଫିକ ଇତ୍ୟାଦି ମଧ୍ୟ ପ୍ରଭାବିତ ହୋଇପାରେ ।

ବର୍ଷା ହେତୁ ରାସ୍ତାରେ ଜମି ରହିଛି ପାଣି
ବର୍ଷା ହେତୁ ରାସ୍ତାରେ ଜମି ରହିଛି ପାଣି

ପାଣିପାଗ ବିଭାଗ ଅନୁଯାୟୀ, ରାଇଗଡ ଜିଲ୍ଲାର ଦାଦର ଗତ 24 ଘଣ୍ଟା ମଧ୍ୟରେ 15.9 ସେମି, ପରେଲରେ 13.2 ସେମି, କୋଲାବାରେ 12.9 ସେମି, ୱର୍ଲିରେ 11.7 ସେମି, ସାନ୍ତାକ୍ରୁଜରେ 10.6 ସେମି, ବୋରିବଲିରେ 10.1 ସେମି ରେକର୍ଡ କରାଯାଇଛି । ରାତି 11ଟା ମଧ୍ୟରେ ସାନ୍ତାକ୍ରୁଜରେ 6.3 ସେମି, ବାନ୍ଦ୍ରାରେ 9.5 ସେମି, କୋଲାବାରେ 1.2 ସେମି, ମହାଲକ୍ଷ୍ମୀରେ 5.3 ସେମି ଏବଂ ରାମ ମନ୍ଦିରରେ 6.3 ସେମି ବର୍ଷା ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.