ବିଜେପିରେ ଯୋଗ ଦେବେ ଶାମିଙ୍କ ସ୍ତ୍ରୀ ହସିନ୍ ଜାହାନ ! - bjp
ବିଜେପିରେ ଯୋଗ ଦେଇ ପାରନ୍ତି କ୍ରିକେଟର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ୍ ଜାହାନ । ନିଜ ସ୍ବାମୀ ସହ ଚାଲିଥିବା ବିବାଦ ମଧ୍ୟରେ ସେ କେନ୍ଦ୍ରମନ୍ତ୍ରୀ ମୁଖ୍ତାର ଆବ୍ବାସ ନକବୀଙ୍କ ଭଉଣୀଙ୍କୁ ସାକ୍ଷାତ କରିଛନ୍ତି ।

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଇ ପାରନ୍ତି କ୍ରିକେଟର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ୍ ଜାହାନ । ନିଜ ସ୍ବାମୀ ସହ ଚାଲିଥିବା ବିବାଦ ମଧ୍ୟରେ ସେ କେନ୍ଦ୍ରମନ୍ତ୍ରୀ ମୁଖ୍ତାର ଆବ୍ବାସ ନକବୀଙ୍କ ଭଉଣୀଙ୍କୁ ସାକ୍ଷାତ କରିଛନ୍ତି । ତେବେ ତାଙ୍କର ଏହି ସାକ୍ଷାତ ପରେ ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ଭାରତୀୟ କ୍ରିକେଟ ଟିମ୍ର ଫାଷ୍ଟ ବୋଲର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ୍ ଜାହାନ ଗତ କିଛି ଦିନ ହେବ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ରବିବାର ସେ ତାଙ୍କ ସ୍ବାମୀ ଶାମିଙ୍କ ଘରେ ପଶି ହଙ୍ଗାମା କରିଥଲେ । ତାଙ୍କ ଝିଅଙ୍କୁ ଗୋଟେ ରୁମରେ ଭର୍ତ୍ତି କରି ତାଲା ପକାଇବା ସହ ଶାମିଙ୍କ ସହ ଝଗଡା ଆରମ୍ଭ କରିଥିଲେ । ଫଳରେ ପୋଲିସ ହସିନ୍ଙ୍କୁ ଗିରଫ କରିଥିଲା । ତେବେ ପରେ ତାଙ୍କୁ ଜମିନ ମଧ୍ୟ ମିଳିଯାଇଥିଲା ।
ମଙ୍ଗଳବାର ସନ୍ଧ୍ୟା ରେ ହିଁ ହସୀନ ମୁଖ୍ତାରଙ୍କ ଭଉଣୀ ଫରହତ ନକବୀଙ୍କୁ ଭେଟିବକୁ ବରେଲି ପହଞ୍ଚିଥିଲେ । ଫରହତ ନିଜର ଏକ ଫାଉଣ୍ଡେସନ ଜରିଆରେ ମହିଳାଙ୍କୁ ସହାୟତା ପ୍ରଦାନ କରନ୍ତି । ହସିନ୍ ସ୍ବାମୀଙ୍କ ସହ ଚାଲିଥିବା ବିବାଦ ପ୍ରସଙ୍ଗରେ ତାଙ୍କ ସହାୟତା ଲୋଡିଛନ୍ତି । ତେବେ ତାଙ୍କର ଏହି ସାକ୍ଷାତକାରକୁ ରାଜନୀତିର ରୂପ ଦିଆଯାଉଛି । ପ୍ରକାଶ ଯେ, ଗତ ବର୍ଷ ଅକ୍ଟୋବୋର ମାସରେ ହସିନ୍ ମୁମ୍ବାଇରେ କଂଗ୍ରେସର ସଦସ୍ୟତା ଗ୍ରହଣ କରିଥିଲେ ।
DOLL BARBIE
Conclusion: